ETV Bharat / state

ତିହିଡ଼ିରେ ଚିନ୍ତା ବଢ଼ାଉଛି ବନ୍ୟା, କମୁଛି ପାଣି ବଢୁଛି ଦୁର୍ଦ୍ଦଶା

author img

By

Published : Aug 18, 2022, 10:35 AM IST

ରାଜ୍ୟରେ ବନ୍ୟା ସ୍ଥିତି । ଜଳମୟ ହୋଇଯାଇଛି ଭଦ୍ରକ ତିହିଡି ବ୍ଲକର 5 ପଞ୍ଚାୟତ । ଅଧିକ ପଢନ୍ତୁ

ତିହିଡ଼ିରେ ଚିନ୍ତା ବଢ଼ାଉଛି ବନ୍ୟାଜଳ,କମୁଛି ପାଣି,ବଢୁଛି ଦୁର୍ଦ୍ଦଶା

ଭଦ୍ରକ: ଜିଲ୍ଲାରେ ପ୍ରବାହିତ ବୈତରଣୀ ଓ ସାଳନ୍ଦିର ବନ୍ୟା ପାଣି ତିହିଡିରେ ଚିନ୍ତା ବଢ଼ାଉଛି । ଜଳମୟ ହୋଇଯାଇଛି ତିହିଡି ବ୍ଲକର 5 ପଞ୍ଚାୟତ । ଗତ 3 ଦିନ ହେଲା ଜଳସ୍ତର ବୃଦ୍ଧି ପାଉଥିବାରୁ ଶ୍ୟାମସୁନ୍ଦରପୁର, କାଁପଡା, ବାରୋ,ବିଲଣା ଓ ବୋଡକ ଆଦି ପଞ୍ଚାୟତ ଜଳମଗ୍ନ ହୋଇପଡିଛି । ଏ ବନ୍ୟାଜଳ ଅନ୍ୟ ପଞ୍ଚାୟତ ଗୁଡିକୁ ମାଡି ଯିବାର ସମ୍ଭାବନା ରହିଛି ।

ବୈତରଣୀରେ ବନ୍ୟାଜଳ ପ୍ରବାହ କମୁଛି ହେଲେ ଅନେକ ଅଞ୍ଚଳ ଏବେବି ପାଣି ଘେରରେ ରହିଛି । ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ଥିବା ବେଳେ ଏବେ 17.38 ମିଟର, ଅର୍ଥାତ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଯାହାକି ନଦୀ ଅବବାହିକା ଧାମନଗର ବ୍ଳକ ଓ ଭଣ୍ଡାରୀପୋଖରୀ ବ୍ଲକ ପରେ ତିହିଡ଼ି ବ୍ଳକର ତଳିଆ ଅଞ୍ଚଳକୁ ଏହି ପାଣି ମାଡି ଯାଇଛି ।

ଚାଷ ଜମିରେ 3 ରୁ 4 ଫୁଟ୍ ପର୍ଯ୍ୟନ୍ତ ପାଣି ରହିଥିବା ବେଳେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ଅନ୍ୟପକ୍ଷରେ ଧାମନଗର ବ୍ଲକର ସୋହଡା, ପଧାନୀ ,କରଦା ଆଦି ପଞ୍ଚାୟତରେ ଜଳସ୍ତର କମିଛି । ଏହାସହ ଧାମନଗର ବ୍ଲକ ହସନାବାଦ ପଞ୍ଚାୟତର ଅନଳଡିହ ଓ ଅସ୍ତକ ଗାଁରୁ ମଧ୍ୟ ବନ୍ୟା ପାଣି ଧିରେ ଧିରେ ନିଷ୍କାସନ ହେଉଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ପ୍ରଭାବିତ 5 ଟି ପଞ୍ଚାୟତର 15ରୁ ଉର୍ଦ୍ଧ୍ବ ଗାଁର ସ୍ଥିତି ଏବେ ସୁଧୁରିବାରେ ଲାଗିଛି । ଷୋଳମପୁର ନିକଟରେ ରାସ୍ତା ଉପରେ ପାଣି କମିଯାଉଥିବାରୁ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ସ୍ବାଭାବିକ ହୋଇଛି ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.