ଭଦ୍ରକ: ଜିଲ୍ଲାର ତିହିଡି ଥାନା ଅଲିନଗର ଠାରେ ପୋଲିସ ଗାଡିକୁ ନିଆଁ ଲଗାଇବା ଓ ଆକ୍ରମଣ ଘଟଣାରେ ନୂଆ ମୋଡ । ଏଥିରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଗତ ଡିସେମ୍ବର 13 ତାରିଖରେ ତିହିଡି ଥାନା ହାତୁଆରିରେ ଯୁବକଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଭଦ୍ରକ ଚାନ୍ଦବାଲି ରାସ୍ତା ଅଲିନଗର ଛକରେ ରାସ୍ତାରୋକ ହୋଇଥିଲା ।
ସେହି ବାଟ ଦେଇ ପିରହାଟ ଥାନା ପୋଲିସ ଏକ ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଭ୍ୟାନରେ ଵସାଇ କୋର୍ଟକୁ ଆଣୁଥିଲେ । ସେହି ସମୟରେ ଉତ୍ୟକ୍ତ ଲୋକମାନେ ପୋଲିସ ଗାଡିକୁ ଅଟକାଇବା ସହ ପୋଲିସକୁ ମାଡମାରିଵା ସହ ପୋଲିସ ଗାଡିକୁ ପୋଡି ଦେଇଥିଲେ । ଏହି ଘଟଣାରେ ତିହିଡି ପୋଲିସ 100ରୁ ଉର୍ଦ୍ଧ୍ଵ ଲୋକଙ୍କ ନାମରେ ମାମଲା ରୁଜୁ କରିଵା ସହ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହି ଘଟଣାରେ ତିହିଡି ଥାନାର ଅତିରିକ୍ତ ଥାନା ଅଧିକାରୀ ତପନ ପ୍ରଧାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ପିରହାଟରୁ ଆସୁଥିବା ଦୁଷ୍କର୍ମ ଅଭିଯୁକ୍ତ କଳ୍ପତରୁ ମଳିକ ଅଦ୍ୟାବଧି ଫେରାର ଥିବା ବେଳେ ପୋଲିସ ତାକୁ ଖୋଜିବାରେ ଲାଗିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ