ETV Bharat / state

ରାସନ ସାମଗ୍ରୀକୁ ନେଇ ହାଇଡ୍ରାମା, ବ୍ଲକ ଯୋଗାଣ ଅଧିକାରୀଙ୍କୁ ରାସ୍ତାରେ ଟାଣି ଟାଣି ନେଲେ ମହିଳା - ବ୍ଲକ ଯୋଗାଣ ଅଧିକାରୀଙ୍କୁ ଟାଣି ଟାଣି ନେଲେ ମହିଳା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସରରେ ରାସନ ସାମଗ୍ରୀ ନପାଇବାରୁ ହଙ୍ଗାମା । ବ୍ଲକ ଯୋଗାଣ ଅଧିକାରୀଙ୍କୁ ଟାଣି ଟାଣି ନେଲେ ମହିଳା । ଅଧିକ ପଢ଼ନ୍ତୁ

tension erupts over grocery distribution
ରାସନ ସାମଗ୍ରୀ ନପାଇବାରୁ ହଙ୍ଗାମା
author img

By ETV Bharat Odisha Team

Published : Sep 4, 2023, 10:05 PM IST

ରାସନ ସାମଗ୍ରୀ ନପାଇବାରୁ ହଙ୍ଗାମା

ଭଦ୍ରକ: ରାସନ ସାମଗ୍ରୀ ନପାଇବାରୁ ହଙ୍ଗାମା । ବ୍ଲକ ଯୋଗାଣ ବିଭାଗର ଅଧିକାରୀଙ୍କୁ ଟାଣି ଟାଣି ନେଲେ ଉତ୍ୟକ୍ତ ମହିଳା । ବ୍ଲକ ଯୋଗାଣ ବିଭାଗର ଅଧିକାରୀଙ୍କୁ ଟାଣି ଟାଣି ପଞ୍ଚାୟତ ଅଭିମୁଖେ ନେବେବେଳେ ପୋଲିସ ସହ ମହିଳାଙ୍କ ଧସ୍ତାଧସ୍ତି ହୋଇଥିଲା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବାସୁଦେବପୁର ବ୍ଲକ ଅନ୍ତର୍ଗତ କରଞ୍ଜ ଆଡିଆ ପଞ୍ଚାୟତର ରାସନ ସାମଗ୍ରୀ ହିତାଧିକାରୀ ମାନେ ବକେୟା ଦୁଇ ମାସର ରାସନ ସାମଗ୍ରୀ ପାଇ ନାହାନ୍ତି । ଏନେଇ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ବିଭିନ୍ନ ଅଧିକାରୀ ମାନଙ୍କୁ ଜଣାଇବା ପରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଶେଷରେ ନାର୍ଯ୍ୟ ଦାବି ହାସଲ କରିବାକୁ ବାସୁଦେବପୁର ବ୍ଲକ ପରିସରରେ ମହିଳା ରାସନ ସାମଗ୍ରୀ ହିତାଧିକାରୀ ମାନେ ହୋହଲ୍ଲା କରିଥିଲେ । ପରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ରାସ୍ତାରେ ଟାଣି ଟାଣି ପଞ୍ଚାୟତକୁ ନେଉଥିଲେ । ବାସୁଦେବପୁର ବ୍ଲକ ଠାରୁ କରଞ୍ଜ ଆଡିଆ ପଞ୍ଚାୟତର ଦୂରତା ପାଖାପାଖି 10 କିଲୋମିଟର ରାସ୍ତା ହୋଇଥିବାରୁ ଏକ ବୋଲେରୋ ଗାଡ଼ି ମାଧ୍ଯମରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ପଞ୍ଚାୟତକୁ ନେବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିଲେ । ବ୍ଲକର ଅନତୀ ଦୂରରେ ଏହି ବୋଲେରୋ ଗାଡ଼ିଟି ପ୍ରସ୍ତୁତ ହୋଇ ଥିଲା ବୋଲି ଜଣାପଡିଛି । ତେଣୁ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ରାସ୍ତାରେ ତାଙ୍କ ସାର୍ଟକୁ ଟାଣି ଟାଣି ନେବା ବାଟରେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଦିଗପହଣ୍ଡିରେ ଉଷ୍ମ ରାଜନୈତିକ ପାଗ, ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ପରେ ଉତ୍ତେଜନା

ବାସୁଦେବପୁର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ମହିଳା ମାନଙ୍କ କବଳରୁ ରକ୍ଷା କରିବା ପାଇଁ ପ୍ରଚେଷ୍ଟା କରିଥିଲା । ଏହି ସମୟରେ ପୋଲିସ ସହ ମହିଳା ହିତାଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତା ଉପରେ ପୋଲିସ ଏବଂ ପଞ୍ଚାୟତର ମହିଳାଙ୍କ ମଧ୍ୟରେ କିଛି ସମୟ ପାଇଁ ହାଇଡ୍ରାମା ଚାଲିଥିଲା । ଶେଷରେ ପୋଲିସ ମହିଳାଙ୍କ ସହ ଆଲୋଚନା କରି ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ରକ୍ଷା କରି ବାସୁଦେବପୁର ଥାନାକୁ ଆଣିଥିଲା । ଏହି ଘଟଣା ସମ୍ପର୍କରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀ କିମ୍ବା ପୋଲିସ ପକ୍ଷରୁ କୌଣସି ମାମଲା ଥାନାରେ ରୁଜୁ ହୋଇନାହିଁ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.