ଭଦ୍ରକ: କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ପୌରପାଳିକାର ସଫେଇ କର୍ମଚାରୀ । ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସଫେଇ କର୍ମଚାରୀମାନେ ଯୋଗ ଦେଇ ନୂଆ ବସଷ୍ଟାଣ୍ଡରୁ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରାରେ ସହର ପରିକ୍ରମା କରି ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ନାରାବାଜି ଦେଇଥିଲେ ।
ସୂଚନା ଅନୁସାରେ, ଏହି ପ୍ରତିବାଦରେ ମୁଖ୍ୟତଃ ବର୍ଷର ବକେୟା ଇପିଏଫ ପ୍ରଦାନ, ବର୍ଦ୍ଧିତ ଦରମା, ପ୍ରତିମାସରେ ନିୟମିତ ଦରମା ପ୍ରଦାନ ଆଦି ଦାବି ରଖାଯାଇଛି । ଯଦି ଏହି ଦାବି ପୂରଣ ନ ହୁଏ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଗାମୀ ଦିନରେ ଉଗ୍ରରୂପ ନେବ ବୋଲି ଚେତାବନୀ ଦେଇଥିଲେ ଆନ୍ଦୋଳନକାରୀ । ତେବେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦାବି ପୂରଣ ହେବା ନେଇ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।
ଇଟିଭି ଭାରତ,ଭଦ୍ରକ