ETV Bharat / state

ଭଦ୍ରକରେ ବ୍ୟାଙ୍କରୁ 50 ହଜାର ଟଙ୍କା ଲୁଟ, 2 ଅଟକ - ପାଳିଆବିନ୍ଧା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧାସ୍ଥିତ ଓଡିଶା ଗ୍ରାମ୍ଯ ବ୍ୟାଙ୍କରୁ ଲୁଟ୍ । ବ୍ୟାଙ୍କ ପରିଚାଳକଙ୍କ ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ 50 ହଜାର ଟଙ୍କା ଲୁଟିନେବା ସହ ବିଭିନ୍ନ ସାମଗ୍ରୀ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକରେ ବ୍ୟାଙ୍କରୁ 50,00 ଟଙ୍କା ଲୁଟ୍
ଭଦ୍ରକରେ ବ୍ୟାଙ୍କରୁ 50,00 ଟଙ୍କା ଲୁଟ୍
author img

By

Published : Oct 27, 2020, 7:40 PM IST

Updated : Oct 27, 2020, 7:46 PM IST

ଭଦ୍ରକ: ତିହିଡି ବ୍ଲକ ପାଳିଆବିନ୍ଧାସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ । ଦୁର୍ବୃତ୍ତମାନେ ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଲୁଟ୍ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ପୋଲିସ 2 ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରୁଛି ।

ଶାଖା ପରିଚାଳକଙ୍କ ଅଭିଯୋଗ ଅନୁଯାୟୀ ଦୁର୍ବୃତ୍ତମାନେ ଇନଭର୍ଟର ମେସିନ ଓ ବ୍ୟାଟେରୀ ସହ 50 ହଜାର ଟଙ୍କା ଲୁଟି ନେଇଛନ୍ତି । ଏଥିସହ ବ୍ୟାଙ୍କର ଲକର ଓ ଆଇରନ ଚେଷ୍ଟକୁ ଗ୍ୟାସ କଟରରେ କାଟିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ସେହିପରି ଦୁର୍ବୃତ୍ତମାନେ ବ୍ୟାଙ୍କର ବିଭିନ୍ନ ଆଲମିରା ଭାଙ୍ଗିଥିବା ଜଣାପଡିଛି ।

ଭଦ୍ରକରେ ବ୍ୟାଙ୍କରୁ 50 ହଜାର ଟଙ୍କା ଲୁଟ

ବ୍ୟାଙ୍କର ସାଇରନ ମେସିନ ଓ ସିସିଟିଭି କ୍ୟାମେରା ମଧ୍ୟ ଭଙ୍ଗାଯାଇଛି । ତେବେ ଦୁର୍ଗାପୂଜା ପାଇଁ ଗତ 3 ଦିନ ହେବ ବ୍ୟାଙ୍କ ବନ୍ଦ ରହିଥିଲା । ଆଜି(ମଙ୍ଗଳବାର) ଖୋଲିବା ପରେ ଶାଖା ପରିଚୋଳକ ଲୁଟ୍ ବାବଦରେ ଜାଣିବାକୁ ପାଇଥିଲେ । ପରିଚାଳକ ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ସନ୍ଦେହରେ 2 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏନେଇ ଶାଖା ପରିଚାଳକ ତଥା ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।

Last Updated : Oct 27, 2020, 7:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.