ETV Bharat / state

ପିଡିଏସ ସାମଗ୍ରୀ ଆବଣ୍ଟନରେ ଚଞ୍ଚକତା, ରାସନକାର୍ଡଧାରୀଙ୍କୁ ମିଳୁନି ଖାଦ୍ୟ ସାମଗ୍ରୀ - bhadrak district news

ଭଦ୍ରକ ଜିଲ୍ଲାରେ ପିଡିଏସ ସାମଗ୍ରୀ ଆବଣ୍ଟନର ଘୋଟଲା । ରାସନ କାର୍ଡ ଥାଇ ବି ମିଳୁନି ସରକାରୀ ଖାଦ୍ୟ ସାମଗ୍ରୀ । ଅଧିକ ପଢନ୍ତୁ.....

ପିଡିଏସ ସାମଗ୍ରୀ ଆବଣ୍ଟନରେ ଚଞ୍ଚକତା ,ରେସନ କାର୍ଡଧାରୀଙ୍କୁ ମିଳୁନାହିଁ ଖାଦ୍ୟ ସାମଗ୍ରୀ

author img

By

Published : May 31, 2021, 7:07 PM IST

ଭଦ୍ରକ: ବର୍ତ୍ତମାନ ଜାରି ରହିଥିବା ଲକଡାଉନ ଓ ସାପ୍ତାହିକ ସଟଡାଉନ ହେତୁ ଗରିବ ଶ୍ରେଣୀୟ ଲୋକେ ଦୁଇ ଓଳି ଦୁଇ ମୁଠା ଖାଦ୍ୟରୁ ବଞ୍ଚିତ ହେଉଛନ୍ତି । ଅନ୍ୟପଟେ ନିକଟରେ ମହାବାତ୍ୟା ‘ୟସ’ ତାଣ୍ଡବ ରଚିଯିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ଯୋଗୁ ଲୋକଙ୍କୁ ବିଭିନ୍ନ ପ୍ରକାରର ଯନ୍ତ୍ରଣା ସହ ଆର୍ଥିକ ମେରୁଦଣ୍ଡକୁ ବି ଭାଙ୍ଗି ଦେଇଛି । ଏପରିସ୍ଥଳେ ଭଦ୍ରକ ତିହିଡି ବ୍ଲକ ଜାମଯୋଡି ପଞ୍ଚାୟତ ଅଧିନ ସାମନ୍ତରାୟପୁର ଜେନାସାହିର ପ୍ରାୟ 35 ପରିବାର, ସରକାରୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ପିଡିଏସ ସାମଗ୍ରୀ ଆବଣ୍ଟନରେ ଚଞ୍ଚକତା ,ରେସନ କାର୍ଡଧାରୀଙ୍କୁ ମିଳୁନାହିଁ ଖାଦ୍ୟ ସାମଗ୍ରୀ

ଅଭିଯୋଗ ଅନୁସାରେ ଦାୟିତ୍ବରେ ଥିବା ସଂପୃକ୍ତ ରିଟେଲର ମନଇଛା ସାମଗ୍ରୀ ଆବଣ୍ଟନ କରୁଛନ୍ତି । ତିନି ମାସରେ ଥରେ କିରୋସିନ୍ ଦେଉଥିବାବେଳେ ଚାଉଳ ଓ ଗହମ ଦୁଇ ମାସରେ ଥରେ ଦିଆଯାଇଥାଏ। ଅଭାବ ଅନଟନ ସମୟରେ ଏହି ଦଳିତ ପରିବାର ଲୋକେ ଉପାସ ଭୋକରେ କାଳାତିପାତ କରୁଛନ୍ତି । ଏପରି ସମୟରେ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ନଥିବା ମଧ୍ୟ କୁହାଯାଉଛି । ତେବେ ବିଗତ ଦୁଇ ମାସ ଧରି ସେମାନଙ୍କୁ ରାସନ ସାମଗ୍ରୀ ମିଳିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ସେମାନେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଲକଡାଉନ ସତ୍ତ୍ବେ ଏହି ଗ୍ରାମବାସୀ ବ୍ଲକ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଏନେଇ ସମ୍ପୃକ୍ତ ଡିଲର୍ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.