ETV Bharat / state

ଅପମିଶ୍ରିତ ମଦ ବିରୋଧରେ ଭଦ୍ରକରେ ଉତ୍ତେଜନା - ଅପମିଶ୍ରିତ ମଦ ବିରୋଧରେ ଉତ୍ତେଜନା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡାମଣି ଅଞ୍ଚଳରେ ମଦକୁ ନେଇ ଉତ୍ତଜେନା । ଅପମିଶ୍ରିତ ମଦ ଅଭିଯୋଗ କରି ସ୍ଥାନୀୟ ଲୋକେ ହଙ୍ଗମା କରିଥିଲେ । ଅଧିକ ପଢନ୍ତୁ...

ଅପମିଶ୍ରିତ ମଦ ବିରୋଧରେ ଭଦ୍ରକରେ ଉତ୍ତେଜନା
ଅପମିଶ୍ରିତ ମଦ ବିରୋଧରେ ଭଦ୍ରକରେ ଉତ୍ତେଜନା
author img

By

Published : Nov 4, 2020, 8:06 AM IST

ଭଦ୍ରକ: ସରକାରୀ ମଦ ଦୋକାନରେ ଅମିଶ୍ରିତ ଅଭିଯୋଗ । ମଦରେ ଏଭଳି ବିଷାକ୍ତ ଜିନିଷ ମିଶୁଥିବା ଅଭିଯୋଗରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ। ଘଟଣାଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡାମଣି ଅଞ୍ଚଳର ।

ଅପମିଶ୍ରିତ ମଦ ବିରୋଧରେ ଭଦ୍ରକରେ ଉତ୍ତେଜନା

ଚୂଡାମଣି ବ୍ଲକର ଶାଶୁଭୂଆସୁଣୀ ଜେଠୀ ନିକଟ ରାସ୍ତା କଡରେ ଏକ ବିଦେଶୀ ଠିପି ବନ୍ଦ ସରକାରୀ ମଦ ଦୋକାନ ରହିଛି । ଅଭିଯୋଗ ଅନୁସାରେ, ଦୁଇ ଜଣ ଯୁବକ ଉକ୍ତ ଦୋକାନରୁ 2ଟି ମଦ ବୋତଲ କିଣିଥିଲେ । ବୋତଲ ଖୋଲି ଦେଖିଲା ବେଳକୁ ସେଥିରେ ମଲା ଅସରପା ଓ ଝିଟିପିଟି ପଡିଥିଲା । ଫଳରେ ଦୋକାନରେ ମିଶ୍ରଣ ହେଉଥିବା ସନ୍ଦେହ କରି ଦୋକାନ କର୍ମଚାରୀକୁ ପଚାରିବାରୁ କର୍ମଚାରୀ ନିଜ ଦୋକାନ ଭିତରେ ମିଶ୍ରଣ ମଦ ବୋତଲ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ସେପଟେ, ଖବର ପାଇ ଚୂଡାମଣି ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.