ETV Bharat / state

ଅବସରପ୍ରାପ୍ତ ଯବାନଙ୍କ ମୃତ୍ୟୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

author img

By

Published : Oct 2, 2020, 10:57 PM IST

ଅବସରପ୍ରାପ୍ତ ଯବାନଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଡାକ୍ତରଙ୍କୁ ଦୁର୍ବ୍ୟବହାର ଏବଂ ଚିକିତ୍ସାଳୟରେ ରୋଗୀଙ୍କୁ ଠିକ ଚିକିତ୍ସା କରାଯାଇନଥିବା ଅଭିଯୋଗ କଲେ ମୃତକଙ୍କ ପରିବାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅବସରପ୍ରାପ୍ତ ସୈନିକଙ୍କ ମୃତ୍ୟୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଭଦ୍ରକ: ଅବସରପ୍ରାପ୍ତ ଯବାନଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଡାକ୍ତରଙ୍କୁ ଦୁର୍ବ୍ୟବହାର । ଚିକିତ୍ସାଳୟରେ ରୋଗୀଙ୍କୁ ଠିକ ଚିକିତ୍ସା କରାଯାଇନଥିବା ଅଭିଯୋଗ କଲେ ମୃତକଙ୍କ ପରିବାର । ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ଡାକ୍ତରଙ୍କୁ ଘେରାଉ କରିଛନ୍ତି ପରିବାର ଲୋକେ ।

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଧୂସୁରି ଥାନା ଠାକୁରପାଟଣା ଗାଁର ସତ୍ୟେନ୍ଦୁ ମଲ୍ଲିକ କିଛି ଦିନ ପୂର୍ବରୁ ଆର୍ମିରୁ ଅବସର ନେଇ ଗାଁକୁ ଆସିଥିଲେ । ତାଙ୍କୁ କୌଣସି କାରଣରୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ଆଣିଥିଲେ ପରିବାର ଲୋକେ । ହେଲେ ମେଡିକାଲରେ ତାଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ଡାକ୍ତର ଉପଯୁକ୍ତ ଚିକିତ୍ସା ଦେଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହି ଘଟଣାକୁ କେନ୍ଦ୍ରକରି ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ ଦୁର୍ବ୍ୟବହାର କରିଥିବା ଜଣାପଡିଛି ।

ଏନେଇ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ସ୍ଥିତି ନିୟନ୍ତ୍ରଣ କରିଛି । ତେବେ ଏନେଇ ମେଡିକାଲ ପକ୍ଷରୁ କୌଣସି ବିବୃତି ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.