ETV Bharat / state

ଭଦ୍ରକ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ

author img

By

Published : Jul 5, 2020, 3:16 PM IST

ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ଜିଲ୍ଲାରେ ଶାସକଦଳ ପୋଲିସକୁ ହାତବାରିସି କରି ଜୁଲମ ଚଳାଉଛି ବୋଲି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ଭଦ୍ରକ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ: ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଜିଲ୍ଲାରେ ଶାସକଦଳ ପୋଲିସକୁ ହାତବାରିସି କରି ଜୁଲମ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବାଦିକ ସମ୍ମୀଳନୀରେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ମନମୋହନ ସାମଲ, ଡାକ୍ତର ପ୍ରଦୀପ ନାୟକ ଓ ବଦ୍ରିନାରାୟଣ ଧଳ ପ୍ରମୁଖ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଜିଲ୍ଲାରେ ପୋଲିସ କାର୍ଯ୍ୟକଳାପ ଶାସକଦଳ ସୁହାଇଲା ଭଳି କରୁଛନ୍ତି ଏଥିରୁ କ୍ଷାନ୍ତ ରୁହନ୍ତୁ । ଯଦି ନକରନ୍ତି ତାହେଲେ ଏହାର ପ୍ରତିବାଦରେ ବିଜେପି ରାଜରାସ୍ତାକୁ ଓହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ମନମୋହନ ସାମଲ । ଏଥିସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ଅଧାରରେ ଆସନ୍ତା ବିଧାନସଭାରେ ଝଡ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.