ETV Bharat / state

ଚିକିତ୍ସା ଅବହେଳା ନେଲା ପ୍ରସୂତିଙ୍କ ଜୀବନ !

ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Pregnant woman claims to death for negligence of treatment
ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ଅଭିଯୋଗ
author img

By

Published : Dec 14, 2020, 2:05 PM IST

ଭଦ୍ରକ: ଜିଲ୍ଲାର ତିହିଡି ଥାନା କୋହ୍ଲ ଅଞ୍ଚଳରେ ସନ୍ତାନକୁ ଜନ୍ମ ଦେବାର ଦୁଇ ଦିନ ପରେ ପ୍ରସୂତିଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାରେ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଘରୋଇ ନର୍ସିଂହୋମରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଖବର ଅନୁଯାୟୀ, ତିହିଡି ଥାନା କୋହ୍ଲ ଅଞ୍ଚଳର ଗର୍ଭବତୀ ମହିଳା ଅର୍ଚ୍ଚନା ପ୍ରସବ ପାଇଁ ଏହି ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ନବଜାତ ଶିଶୁ କନ୍ୟା ସୁସ୍ଥ ଥିବା ବେଳେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଛି ।

ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ତେବେ ଚିକିତ୍ସାରେ ଅବହେଳା ହେବା ଯୋଗୁଁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ଏହି ଘଟଣା ସମ୍ପର୍କରେ ପୋଲିସ କିମ୍ବା ନର୍ସିଂହୋମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.