ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସ୍ଥାନୀୟ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ । ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲା ମତଦାନ । ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ 89 ନମ୍ବର ବୁଥରେ ଭୋଟ ଦେଇଥିବା ବେଳେ ବିଜେଡି ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ 161 ନମ୍ବର ବୁଥରେ ମତଦାନ କରିଥିଲେ ।
ତେବେ 86 ନମ୍ବର ବୁଥରେ ସାମନ୍ୟ ଉତ୍ତେଜନା ଦେଖାଦେଇଥିଲା । ହେଲେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏବେ ସୁଦ୍ଧା ମତଦାନ ସୁରୁଖୁରୁରେ ଚାଲିଛି ।
7ଟି ବିଧାନ ସଭା ଆସନକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଜୋରଦାର ତ୍ରୀମୁଖୀ ଲଢେଇ । ବିଜେଡି ଗଡ ଭଦ୍ରକରେ ଏଥର ଦଳ ମହିଳାଙ୍କ ଉପରେ ବିଶ୍ବାସ ଦେଖାଇଛି । ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ମୈଦାନକୁ ନୂଆ ମୁହଁ ଓହ୍ଲାଇଛନ୍ତି ।
ଭଦ୍ରକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ