ଭଦ୍ରକ: ଲଗଡାଉନ ବେଳେ ପୋଲିସ-ଜନତା ମୁହାଁ ମୁହିଁ । ଲକଡାଉନ କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଏହିପରି ଘଟଣା ଘଟିଥିବା ଜଣାପଡିଛି । ଉଭୟଙ୍କ ମାଧ୍ୟରେ ଖଣ୍ଡଯୁଦ୍ଧ ହେବାରୁ ଦୁଇ ପୋଲିସ କର୍ମଚାରୀ ଆହତ ଓ ଜଣେ ବ୍ୟକ୍ତି ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଖବର ଅନୁଯାୟୀ ଲକ ଡାଉନ ହୋଇଥିବା ସମୟରେ କେହି ଘରୁ ନବାହାରିବା ପାଇଁ ନିର୍ଦ୍ଧେଶ ଥିବା ବେଳେ ବାଲିଗାଁ ଛକରେ କିଛି ଲୋକ ଅଯଥାରେ ଏକତ୍ରିତ ହୋଇ ଥିବା ପୋଲିସ ଖବର ପାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିବା ବେଳେ ପୋଲିସ-ଜନତାଙ୍କ ମଧ୍ୟରେ ପ୍ରଥମେ ଠେଲା ପେଲା ଓ ପରେ ଆକ୍ରମଣ-ପ୍ରତି ଆକ୍ରମଣ ହୋଇଥିଲା ।
ଏଥିରେ ଦୁଇ ପୋଲିସ କର୍ମଚାରୀ ଓ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ଚାନ୍ଦବାଲି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ