ETV Bharat / state

ଭଦ୍ରକରେ ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ ଉଦଘାଟିତ - ଭଦ୍ରକ ଫାଷ୍ଟ ଟ୍ରାକ କୋର୍ଟ

ଭର୍ଚୁଆଲ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲୀଧର ଭଦ୍ରକ ଠାରେ ସ୍ବତନ୍ତ୍ର ପୋକ୍ସୋ (ଫାଷ୍ଟ ଟ୍ରାକ) କୋର୍ଟ ଉଦଘାଟିତ କରିଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକ ଠାରେ ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ
ଭଦ୍ରକ ଠାରେ ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ
author img

By

Published : Jul 1, 2021, 10:57 PM IST

ଭଦ୍ରକ: ନାବାଳିକା ଯୌନ ନିର୍ଯାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକରେ ସ୍ବତନ୍ତ୍ର ପୋକ୍ସୋ (ଫାଷ୍ଟ ଟ୍ରାକ) କୋର୍ଟ ଉଦଘାଟିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲୀଧରଙ୍କ କରକମଳରେ ଏହା ଉଦଘାଟିତ ହୋଇଯାଇଛି ।

ଭଦ୍ରକ ଠାରେ ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ ଉଦଘାଟିତ

ଦିଲ୍ଲୀର ନିର୍ଭୟା ମାମଲା ପରେ ଦେଶବ୍ୟାପୀ ନାବାଳିକାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ମାମଲା ଗୁଡିକ ବିଚାର ପାଇଁ ସରକାର ସ୍ବତନ୍ତ୍ର ପୋକ୍ସୋ ଆଇନକୁ ଅଧିକ କଡାକଡି କରିବା ସହ ସେହି ମାମଲା ଗୁଡିକ ସ୍ବତନ୍ତ୍ର କୋର୍ଟ ମାଧ୍ୟମରେ 6 ମାସ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ଆଇନ ପ୍ରଣିତ ହୋଇଛି । ସେଥିପାଇଁ ଆନୁଷଙ୍ଗିକ କୋର୍ଟ ତଥା ବିଚାରପତି ନିଯୁକ୍ତି ପାଇଁ ସରକାର ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବା ପରେ ଆଜି ଭଦ୍ରକ ସମେତ ରାଜ୍ୟର ଅନ୍ୟ 15 ଗୋଟି ଜିଲ୍ଲାରେ ଏହି ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟର ଶୁଭ ଉଦ୍ଘାଟନ ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.