ETV Bharat / state

ଜାତୀୟ ରାଜପଥ କାର୍ଯ୍ୟ ସମୀକ୍ଷା; ମନ୍ଥର କାର୍ଯ୍ୟ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟନ ମନ୍ତ୍ରୀ

author img

By

Published : Nov 12, 2020, 9:29 AM IST

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟର ସମୀକ୍ଷା ବୈଠକ କରାଯାଇଛି । ଏହି ପ୍ରଶସ୍ତିକରଣ କାର୍ଯ୍ୟ ମନ୍ଥର ଗତିରେ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ଜାତୀୟ ରାଜପଥ କାର୍ଯ୍ୟର ସମୀକ୍ଷା
ଜାତୀୟ ରାଜପଥ କାର୍ଯ୍ୟର ସମୀକ୍ଷା

ଭଦ୍ରକ: ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟର ସମୀକ୍ଷା ବୈଠକ କରାଯାଇଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରୁ ରାଣିତାଲ ପର୍ଯ୍ୟନ୍ତ ଏହି ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ମଧ୍ୟରେ ରହିଛି । ତେବେ ଏହି ପ୍ରଶସ୍ତିକରଣ କାର୍ଯ୍ୟ ମନ୍ଥର ଗତିରେ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ଜାତୀୟ ରାଜପଥ କାର୍ଯ୍ୟର ସମୀକ୍ଷା

ଏହି ପ୍ରଶସ୍ତିକରଣ କାର୍ଯ୍ୟ ଭଦ୍ରକ ଜିଲ୍ଲା ପରେ ବାଲେଶ୍ବର ଜିଲ୍ଲାରେ ମଧ୍ୟ ହେଉଛି । ବିଶେଷ କରି ଭଦ୍ରକ ଜିଲ୍ଲାରେ ହେଉଥିବା ରାଜପଥ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ରାସ୍ତାର ବହୁ ସ୍ଥାନରେ ଡାଇଭର୍ସନ କରାଯାଇଛି । ଯାହା ସାଧାରଣ ଗାଡି ଚାଳକଙ୍କ ପାଇଁ ବିପଦ ହେଉଛି । ତୁରନ୍ତ ରାଜପଥ କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଯେଉଁ ଅଞ୍ଚଳରେ ସମସ୍ୟା ଦେଖା ଦେଉଛି, ସେ ଅଞ୍ଚଳବାସୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ଯେଉଁ ସ୍ଥାନରେ ଅଧିକ ଜଳ ନିଷ୍କାସନର ସମସ୍ୟା ରହିଛି ସେଠାରେ ପୋଲ, ରାଜପଥ ପ୍ରଶସ୍ତିକରଣରେ ବାଧକ ସାଜୁଥିବା ବିଦ୍ୟୁତ ଖୁଣ୍ଟକୁ ତୁରନ୍ତ ଅପସାରଣ, ଜମି ଅଧିଗ୍ରହଣରେ ବାଧା ସୃଷ୍ଟି ହେଉଛି ସେ ସବୁ ସମସ୍ୟାର ସମାଧାନ କରି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ତହସିଲଦାର, ଉପଜିଲ୍ଲାପାଳ, ନେସ୍କୋ ଅଧିକାରୀ ଏବଂ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍‌ସଫର୍ମର ଆଦିକୁ ଶୀଘ୍ର ଅପସାରଣ କରି ରାସ୍ତା କାମ ଶେଷ କରିବାକୁ ମନ୍ତ୍ରୀ କହିଥିଲେ ।

ଏଥି ସହିତ ଭଦ୍ରକ ସହରର ପ୍ରାଣକେନ୍ଦ୍ର କୁହାଯାଉଥିବା ବନ୍ତ ଛକକୁ ଆକର୍ଷଣୀୟ କରିବାକୁ ଜିଲ୍ଳାପାଳ ଡ. ଜ୍ଞାନ ଦାସ ରାଜପଥ କର୍ତ୍ତୃପକ୍ଷ ରାମଚନ୍ଦ୍ର ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବନ୍ତ ଛକ କିପରି ଏକ ସୁନ୍ଦର ଓ ମନଲୋଭା ହେଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିଲେ ।

ଏହି ବୈଠକରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ମାନନୀୟ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଏସ୍‌ପି ବିକାଶ ଦାଶ, ଲାଇନ ଡିପାର୍ଟମଣ୍ଟେର ଅଧିକାରୀମାନେ ଯୋଗ ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.