ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବଡ଼ବଜାର ଠାରେ ଥିବା ଏକ ଗହଣା ଦୋକାନରୁ ଲୁଟ । ଲକ୍ଷାଧିକ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ନେଇ ଚମ୍ପଟ ମାରିଲେ ଦୁଇ ଲୁଟେରା । କିନ୍ତୁ ଜଣକୁ କାବୁ କରି ନେଇଛନ୍ତି ସ୍ଥାନୀୟ ଲୋକେ।
ଖବର ଅନୁଯାୟୀ 3 ଜଣ ଲୁଟେରା ଏକ ବାଇକ ଯୋଗେ ଧାମନଗର ବଡ଼ ବଜାର ଠାରେ ଥିବା ଗହଣା ଦୋକାନର ମାଲିକଙ୍କୁ ଭୟବିତ କରି ସ୍ଵର୍ଣ୍ଣ ଅଳଙ୍କାର ଲୁଟ କରି ଚମ୍ପଟ ମାରୁଥିଲେ । ଏହି ସମୟରେ ଦୋକାନର ମାଲିକ ଜୋରରେ ଚିତ୍କାର କରିବାରୁ ଲୋକ ରୁଣ୍ଡ ହୋଇଯାଇଥିଲେ । ଏହା ଦେଖି ଦୁଇଜଣ ଲୁଟେରା ବାଇକ ଯୋଗେ ଚୋରି ସ୍ଵର୍ଣ୍ଣ ଅଳଙ୍କାର ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ଲୁଟେରା ଜଣକୁ କାବୁ କରି ପୋଲିସକୁ ଜିମାଦେଲେ ଲୋକେ । ଲୁଟେରା ଜଣକୁ ଅଟକ ରଖି ଧାମନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଲୁଟେରା 3 ଜଣ ନୁଆପଡା ଅଞ୍ଚଳର ବୋଲି ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ