ETV Bharat / state

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା ଜାରି

author img

By

Published : Nov 18, 2021, 1:59 PM IST

Updated : Nov 18, 2021, 2:47 PM IST

ଆସନ୍ତାକାଲି(ଶୁକ୍ରବାର) ପବିତ୍ର ଡଙ୍ଗା ଭସା । ଏଥିଲାଗି ଭଦ୍ରକର ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଅଧିକ ପଢନ୍ତୁ

ଡଙ୍ଗା ଭସା: ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା ଜାରି

ଭଦ୍ରକ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ଦିନ ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଆରଡି଼ ପୀଠରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି 144 ଧାରା । ପଞ୍ଚୁକବ୍ରତ ପ୍ରାରମ୍ଭରୁ ଭକ୍ତଙ୍କ ଦର୍ଶନ ଉପରେ ସାମାନ୍ୟ କୋହଳ କରାଯିବା ପରେ ଆଜି (ଗୁରୁବାର) ସକାଳ 8 ଟାରୁ ଶୁକ୍ରବାର ରାତ୍ର 8 ଟା ଯାଏଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା ଜାରି

ପଞ୍ଚୁକ ପୂର୍ଣ୍ଣିମାରେ ଆଗନ୍ତୁକ ଭକ୍ତମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସର୍ବ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବା ସହ କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ସମାପନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ତା' ସହ ପୀଠରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଥିବାରୁ ବାବାଙ୍କ ଶିବଗଙ୍ଗା ପୁଷ୍କରଣୀ ଓ ବୈତରଣୀ ନଦୀ ଘାଟ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ଯିବା ନେଇ କଟକଣା ଜାରି କରିଛି ପ୍ରଶାସନ।

ଅନ୍ୟପଟେ କୋଭିଡ଼ କଟକଣା ଅନୁଯାୟୀ ପାଳିଆ ସେବାୟତ ଓ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବାଙ୍କର "ହରଗୌରୀ" ବେଶ ସହ ଅନ୍ୟାନ୍ୟ ନୀତିକାନ୍ତି ରହିଥିବାରୁ ମନ୍ଦିର ଭିତରେ ସୀମିତ ସେବାୟତ ରହି ସମ୍ପନ୍ନ କରିବା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି ।

ପୀଠରେ ମେଳା, ମେଲୋଡି଼, ଭଜନ ସମାହୋର ଆଦି ବନ୍ଦ କରିବା ପାଇଁ SOP ଜାରି କରାଯାଇଛି । ସେହିପରି ଐତିହ୍ୟ ବନ୍ଦର ନଗରୀ ଚାନ୍ଦବାଲିର ବୋଇତ ବନ୍ଦାଣ ଉତ୍ସବ, ମା' ଧାମରାଈ ମନ୍ଦିରରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 18, 2021, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.