ETV Bharat / state

ଜନ୍ମମାଟିରେ ଯବାନ ରାଜୀବଙ୍କୁ ଗାର୍ଡ ଅଫ ଅନର - ajib lochan behera got guard of honour

ବାସୁଦେବପୁର ବ୍ଲକ ବାରାପୁର ଅଞ୍ଚଳର ବୀର ଯବାନ ରାଜୀବଙ୍କୁ ଶୋକାକୁଳ ପରିବେଶରେ ଗାର୍ଡ ଅଫ ଅନର ଦିଆଯାଇଛି । ରାଜୀବ ଗୌହାଟିରେ କାର୍ଯ୍ୟରତ ଥିବା ସମୟରେ ହଠାତ ଜ୍ବରରେ ପୀଡିତ ହେଇ ଅସୁସ୍ଥ ହେଇପଡିଥିଲେ। ସେନା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

rajib
rajib
author img

By

Published : Jan 25, 2020, 4:50 AM IST

ଭଦ୍ରକ: ଆସାମ ଏୟାରବେସ ଅନ୍ତର୍ଗତ ଗୌହାଟିରେ ସରଜେଣ୍ଟ ଭାବେ ଚାକିରୀ କରୁଥିବା ବୀର ଯବାନଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା। ବୀର ଯବାନ ବାସୁଦେବପୁର ବ୍ଲକ ବାରାପୁର ଅଞ୍ଚଳର ପଦ୍ମନାଭ ବେହେରାଙ୍କ ପୁଅ ରାଜୀବ ଲୋଚନ ବେହେରା। ରାଜୀବ ଗୌହାଟିରେ କାର୍ଯ୍ୟରତ ଥିବାବେଳେ ହଠାତ ଜ୍ବରରେ ପୀଡିତ ହେଇ ଅସୁସ୍ଥ ହୋଇପଡିଥିଲେ। ତା'ପରେ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ପ୍ରୟାସ ସତ୍ତ୍ବେ ତାଙ୍କର ମୃତ୍ୟୁ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ପରେ ବାୟୁସେନାର କାର୍ଯ୍ୟରତ ଯବାନମାନେ ତାଙ୍କ ପାର୍ଥିବ ଶରୀରକୁ କଫିନରେ ନେଇ ଗାଁକୁ ଆସିଥିଲେ। ଗାଁରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାଜୀବଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ପତାକା ଘୋଡାଇ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ବୀର ଯବାନଙ୍କ ପାର୍ଥିବ ଶରୀର ନିକଟରେ ତାଙ୍କ ସ୍ତ୍ରୀ, 6 ମାସର ଶିଶୁକନ୍ୟା ଓ ତାଙ୍କ ପରିବାର ଲୋକଙ୍କ ସହିତ ବହୁ ସଂଖ୍ୟାରେ ଲୋକ ମାନେ ଉପସ୍ଥିତି ଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପହଞ୍ଚି ବୀର ଯବାନଙ୍କ ଶେଷ ଦର୍ଶନ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : JAWAN DEAD BODY
FORMAT : AVO
REPORT : DEBASIS MOHAPATRA / BHADRAK
DATE : 24.01.2020

ANCHOR : ଆସାମ ଏୟାରବେଶ ଅନ୍ତର୍ଗତ ଗୌହାଟିରେ ସରଜେଣ୍ଟ ଭାବେ ଚାକିରୀ କରୁଥିବା ବିର ଯବାନଙ୍କ ମୃତଦେହ ଗାଁରେ ପହଂଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା। ବିର ଯବାନ ବାସୁଦେବପୁର ବ୍ଲକ ବାରାପୁର ଅଂଚଳର ପଦ୍ମନାଭ ବେହେରାଙ୍କ ପୁଅ ରାଜୀବ ଲୋଚନ ବେହେରା। ରାଜୀବ ଗୌହାଟିରେ କାର୍ଯ୍ୟରତ ଥିବାବେଳେ ହଠାତ ଜ୍ବରରେ ପୀଡିତ ହେଇ ଅସୁସ୍ଥ ହେଇପଡିଥିଲେ। ତାପରେ ତାଙ୍କୁ ସେନା ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସବୁ ପ୍ରୟାସ ସୱେ, ତାଙ୍କର ମୃତ୍ୟୁ ଘଟିଥିଲା। Body:ପରେ ବାୟୁସେନାର କାର୍ଯ୍ୟରତ ଯବାନମାନେ ତାଙ୍କ ମର ଶରୀରକୁ କଫିନରେ ନେଇ ଗାଁକୁ ଆସିଥିଲେ। ଗାଁରେ ପହଂଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରାଜୀବଙ୍କ ମର ଶରୀର ଉପରେ ତ୍ରିରଙ୍ଗା ପତାକା ଘୋଡାଇ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ବିର ଯବାନଙ୍କ ମର ଶରୀର ନିକଟରେ ତାଙ୍କ ସ୍ତ୍ରୀ, 6 ମାସର ଶିଶୁକନ୍ୟା ଓ ତାଙ୍କ ପରିବାର ଲୋକଙ୍କ ସହିତ ବହୁ ସଂଖ୍ୟାରେ ଲୋକ ମାନେ ଉପସ୍ଥିତି ଥିଲେ। ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପହଂଚି ବିର ଯବାନଙ୍କ ଶେଷ ଦର୍ଶନ କରିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.