ETV Bharat / state

ଭଦ୍ରକରେ ଚାଞ୍ଚଲ୍ୟ, ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ

author img

By

Published : Jul 17, 2021, 3:32 PM IST

ଧୂଷୁରୀ ଥାନା ଅସୁରାଳି ନିକଟସ୍ଥ ଉଚ୍ଚପଦା ଗ୍ରାମର ଏକ ବିଲରେ ପଡିଛି ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ । ଗୋଟିଏ ସ୍ଥାନରେ ଶରୀର ପଡିଥିବା ବେଳେ ଅନ୍ୟ ଏକ ସ୍ଥାନରେ ପଡିଛି କଟାମୁଣ୍ଡ । ଅଧିକ ପଢନ୍ତୁ...

ଭଦ୍ରକରେ ଚାଞ୍ଚଲ୍ୟ, ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ମୃତଦେହ

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ୟ । ଜଙ୍ଗଲରେ ପଡିଛି ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ । ଗୋଟିଏ ସ୍ଥାନରେ ଶରୀର ପଡିଥିବା ବେଳେ ଅନ୍ୟ ଏକ ସ୍ଥାନରେ ପଡିଛି କଟାମୁଣ୍ଡ । ଧୂଷୁରୀ ଥାନା ଅସୁରାଳି ନିକଟସ୍ଥ ଉଚ୍ଚପଦା ଗ୍ରାମର ଏକ ବିଲରେ ଏପରି ଅବସ୍ଥାରେ ପଡିଛି ଯୁବକଙ୍କ ମୃତଦେହ । ଏନେଇ ଖବର ପାଇ ଘଟଣାସ୍ଥଳରେ ଧୂଷୁରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ଉଚ୍ଚପଦା ଅଞ୍ଚଳର ଜିତେନ୍ଦ୍ର କୁମାର ସେନ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ମିଳିଥିବା ସୂଚନାଅନୁଯାଇ ଗତକାଲି ଉଚ୍ଚପଦା ଗାଁ ନିକଟରୁ ପଚା ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ଏକ ଘଞ୍ଚ ସ୍ଥାନରେ ଏକ ମୁଣ୍ଡ ବିହୀନ ମୃତଦେହ ପଡି ପଚିଯାଇଥିବା ଦେଖିବାକୁ ପାଇଥିଲେ । ସେହି ସ୍ଥାନରୁ ପାଖାପାଖି ଦୁଇ ଶହ ମିଟର ଦୂରେ ଶରୀରର ମୁଣ୍ଡ ଏବଂ ଏକ ମୋବାଇଲ ପଡିଥିବା ଦେଖିଥିଲେ । ତେବେ ଗତ ଏଗାର ଦିନ ତଳେ ସ୍ଥାନୀୟ ଉଚ୍ଚପଦା ଅଞ୍ଚଳର ଜିତେନ୍ଦ୍ର କୁମାର ସେନ ଗତ 6 ତାରିଖରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଉଦ୍ଧାର ମୃତଦେହ ସେହି ଯୁବକଙ୍କର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ଏହା ଏକ ହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ଏନେଇ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.