ଭଦ୍ରକ : ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ । ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନା ଚେନ । ଗୁରୁତର ଅବସ୍ଥାରେ ଯୁବକ ଭଦ୍ରକ ମେଡିକାଲରେ ଭର୍ତ୍ତି । ଗୁରୁତର ଯୁବକ ଜଣକ ହେଲେ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବିଦାଙ୍ଗ ଅଞ୍ଚଳର ପ୍ରମୋଦ ସାହୁ ।
ସୂଚନାନୁସାରେ ଯୁବକ ଜଣକ ନିଜ କାର୍ଯ୍ୟସ୍ଥଳକୁ ଯାଉଥିବା ସମୟରେ ଡାହାଣୀ ଗଡ଼ିଆ ନିକଟରେ ପୂର୍ବ ଯୋଜନା ମୁତାବକ ତିନିରୁ ଚାରି ଜଣ ଯୁବକ ପ୍ରମୋଦଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଧାରୁଆ ମାରଣାସ୍ତ୍ରରେ ପ୍ରମୋଦଙ୍କୁ ଆକ୍ରମଣ କରିବା ପରେ ସେ ତଳେ ପଡି ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ନିକଟରେ ଥିବା ଟଙ୍କା ଓ ସୁନା ଚେନ ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଭଦ୍ରକ