ETV Bharat / state

LPG ସିଲିଣ୍ଡର ସଜାଡୁ ସଜାଡୁ ଜଳିଗଲେ କର୍ମଚାରୀ, ଡାକ୍ତରଖାନାରେ ଭର୍ତ୍ତି - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା

ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ମନ୍ଦାରୀ ଗ୍ରାମରେ ରନ୍ଧନ ଗ୍ୟାସ ଟାଙ୍କି ସଜାଡୁ ସଜାଡୁ ଟାଙ୍କିରେ ନିଆଁ ଲାଗି କର୍ମଚାରୀ ଗୁରୁତର ଆହତ । ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

LPG ସିଲିଣ୍ଡର ସଜାଡୁ ସଜାଡୁ ଜଳିଗଲେ କର୍ମଚାରୀ, ଡାକ୍ତରଖାନାରେ ଭର୍ତ୍ତି

author img

By

Published : Jun 29, 2020, 10:47 AM IST

ଭଦ୍ରକ: ରନ୍ଧନ ଗ୍ୟାସ ଟାଙ୍କି ସଜାଡୁ ସଜାଡୁ ଜଳିଗଲେ କର୍ମଚାରୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ମନ୍ଦାରୀ ଗ୍ରାମରେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LPG ସିଲିଣ୍ଡର ସଜାଡୁ ସଜାଡୁ ଜଳିଗଲେ କର୍ମଚାରୀ, ଡାକ୍ତରଖାନାରେ ଭର୍ତ୍ତି

ସୂଚନାନୁଯାୟୀ, ମନ୍ଦାରୀ ଗ୍ରାମର ଜଣେ ଉପଭୋକ୍ତା ନୂଆ ସିଲିଣ୍ଡର କିଣିଥିଲେ । ହେଲେ ସେଥିରୁ ଗ୍ୟାସ ଲିକ୍‌ ହେଉଥିବା ନେଇ ଗ୍ୟାସ ବିତରକଙ୍କୁ ଜଣାଇଥିଲେ । ଖବର ପାଇ ଗ୍ୟାସ କର୍ମଚାରୀ ଡମ୍ବରୁଧର ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଟାଙ୍କି ସଜାଡୁ ଥିବା ସମୟରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ସେ ପୋଡିଯାଇ ଗୁରୁତର ଭାବରେ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମାହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.