ETV Bharat / state

ମହିଳାଙ୍କୁ ତିହିଡ଼ି ବ୍ଳକ ବିଡିଓ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ - ମହିଳା ମହାସଂଘର କର୍ମକର୍ତ୍ତା ଚୟନ ପ୍ରକ୍ରିୟା

ମହିଳା ମହାସଂଘର କର୍ମକର୍ତ୍ତା ଚୟନ ପ୍ରକ୍ରିୟାରେ ପାତରଅନ୍ତର ହୋଇଥିବା ଅଭିଯୋଗ । ଏନେଇ ପ୍ରଶ୍ନ କରିବାରୁ ମହିଳାଙ୍କୁ ବିଡିଓ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

fir filed against Tihidi block bdo
fir filed against Tihidi block bdo
author img

By

Published : Apr 20, 2023, 11:28 AM IST

ମହିଳାଙ୍କୁ ତିହିଡ଼ି ବ୍ଳକ ବିଡିଓ ଦୁର୍ବ୍ୟବହାର

ଭଦ୍ରକ: ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଦୁର୍ବ୍ୟବହାର କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ସଭା ଗୃହ ପରିସରରୁ ଧକ୍କା ମାରି ମହିଳା ମାନଙ୍କୁ ବାହାର କରିଦେଲେ ତିହିଡ଼ି ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଏପରି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା । ମହିଳାଙ୍କ ଏପରି ଅଭିଯୋଗ ପରେ ବିବାଦ ଘେରକୁ ଆସିଛନ୍ତି ବିଡିଓ ।

ସୂଚନା ଅନୁଯାୟୀ 2022 ମସିହା ଅକ୍ଟୋବର ମାସ 7 ତାରିଖ ଦିନ ଭଦ୍ରକ ଜିଲ୍ଲାରେ ମହିଳା ମହାସଂଘର ପୁର୍ନଃଗଠନ ପାଇଁ ବୈଠକ ହୋଇଥିଲା । ମାତ୍ର କୋରମ ଅଭାବରୁ ଏହା ବାତିଲ ହେବା ସହିତ ପରବର୍ତ୍ତୀ ସମୟରେ କିଛି ଦିନ ପରେ ପୁନଶ୍ଚଃ ସଭା କରାଯାଇ ସଭାନେତ୍ରୀ ଭାବେ ଗୀତାଞ୍ଜଳୀ ବିଶ୍ୱାଳ ଏବଂ ସମ୍ପାଦିକା ଭାବେ ମାନସୀ ମହାଳିକ ନିର୍ବାଚିତ ହୋଇଥିଲେ । ହେଲେ ତିହିଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାନଯାଇ, କୋରମ ଅଭାବରୁ ବାତିଲ ହୋଇଥିବା ବୈଠକରେ ଦୁଇ ମନୋନୀତ ହୋଇଛନ୍ତି ବୋଲି ଦର୍ଶା ଯାଇଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ଏହାକୁ ବିରୋଧ କରି କିଛି ମହିଳା ମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ହାଇକୋର୍ଟ ଶୁଣାଣି କରି ପୁନର୍ବାର କର୍ମକର୍ତ୍ତା ଚୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ପୁନର୍ବାର କର୍ମକର୍ତ୍ତା ଚୟନ କରାଯାଇ ଅନ୍ୟ ତିନି ଜଣ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଚୟନ ପ୍ରକ୍ରିୟାରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ଆଣିଥିଲେ ମହିଳା ମାନେ । ଅନ୍ୟପଟେ ହାଇକୋର୍ଟଙ୍କ ରାୟକୁ ଭିତ୍ତିକରି ଜିଲ୍ଲାପାଳ ଯେଉଁ ତଦନ୍ତ କଲେ ସେଥିରେ ଏହି ମହିଳା ମାନଙ୍କୁ ସାମିଲ ନକରି ଏକପାଖିଆ ବିଚାର କରାଯାଇଥିବା ଅଭିଯୋଗ ହୋଇଛି । ତେବେ ତିହିଡ଼ି ବ୍ଲକ ପରିସରରେ ଥିବା ସଭା ଗୃହରେ କିଛି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ମହିଳା ମହାସଂଘର କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମୟରେ ଏହାକୁ ବିରୋଧ କରିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମହିଳା ମାନଙ୍କ ପକ୍ଷରୁ ତିହିଡ଼ି ଥାନାରେ ଏତଲା ଦିଆଯାଇଛି ।

ଏଥିସହ ମହିଳା ମହାସଂଘର କର୍ମକର୍ତ୍ତା ମାନେ ତିହିଡ଼ି ବ୍ଲକ ପରିସର ଏବଂ ତିହିଡ଼ି ଥାନା ସମ୍ମୁଖରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ନାରାବାଜି ଦେବା ସହିତ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ହେଲେ ଅନ୍ୟପଟେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.