ETV Bharat / state

ଲୋମଟାଙ୍କୁରା କାଣ୍ଡ: ସ୍ତ୍ରୀ ଚରିତ୍ର ସନ୍ଦେହରେ ଶିଶୁକନ୍ୟା ଉପରେ ଆକ୍ରମଣ

କ୍ରୋଧରେ ଜର୍ଜରିତ ହୋଇ ଶେଷରେ ପିଶାଚ ବନିଛି ବାପା । ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ଶିଶୁକନ୍ୟାର ଯୌନାଙ୍ଗକୁ ବ୍ଲେଡରେ କାଟିଥିବା ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ...

ଲୋମଟାଙ୍କୁରା କାଣ୍ଡ: ସ୍ତ୍ରୀ ଚରିତ୍ର ସନ୍ଦେହରେ ଶିଶୁକନ୍ୟା ଉପରେ ଆକ୍ରମଣ
ଲୋମଟାଙ୍କୁରା କାଣ୍ଡ: ସ୍ତ୍ରୀ ଚରିତ୍ର ସନ୍ଦେହରେ ଶିଶୁକନ୍ୟା ଉପରେ ଆକ୍ରମଣ
author img

By

Published : Oct 22, 2021, 1:58 PM IST

ଭଦ୍ରକ: ପିଶାଚ ବାପାର ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ୩ବର୍ଷ ଶିଶୁକନ୍ୟା ଉପରେ କଲା ଆକ୍ରମଣ । ଶିଶୁକନ୍ୟାର ଯୌନାଙ୍ଗକୁ ବ୍ଲେଡରେ ବାପା କାଟିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଝିଅଟି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବାପାକୁ ପୋଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ଏହି ଲୋମହର୍ଷଣକାରୀ ଘଟଣା ଜିଲ୍ଲାର ଧୂଷୁରୀ ଥାନା ଅଞ୍ଚଳରେ ଘଟିଛି ।

ଲୋମଟାଙ୍କୁରା କାଣ୍ଡ: ସ୍ତ୍ରୀ ଚରିତ୍ର ସନ୍ଦେହରେ ଶିଶୁକନ୍ୟା ଉପରେ ଆକ୍ରମଣ

ଏହି ଥାନା ଅଞ୍ଚଳର କାସିମପୁର ପଞ୍ଚାୟତ ମଳିକ ସାହିର ଚନ୍ଦନ ମଲ୍ଲିକ, ସ୍ତ୍ରୀ ଓ ୩ ବର୍ଷ ଶିଶୁକନ୍ୟା ସହ ରହି ଆସୁଥିଲେ । ପୂର୍ବରୁ ଅନେକ ଥର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ମାରଧର କରୁଥିଲା ଚନ୍ଦନ । ପୁଣି ସମାନ ଘଟଣା କ୍ରମେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏଥିରେ ଚନ୍ଦନ ଉତକ୍ଷିପ୍ତ ହୋଇ ନିଜର ୩ ବର୍ଷ ଶିଶୁକନ୍ୟାର ଯୌନାଙ୍ଗକୁ ବ୍ଲେଡ ଯୋଗେ କାଟିଦେଇଥିଲା । କୁନି ଶିଶୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

ପିଶାଚ ବାପାକୁ ଗ୍ରାମବାସୀମାନେ ଗୋଡ଼ ହାତରେ ଲୁହା କଡ଼ି ପକାଇ ବାନ୍ଧି ପକାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି । ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ ବୋଲି ଜଣାପଡିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.