ETV Bharat / state

ବିଷ ବୋତଲ ଧରି ସମବାୟ ସମିତି ଆଗରେ ଧାରଣାରେ ଚାଷୀ - ବିଷ ବୋତଲ ଧରି ସମବାୟ ସମିତି ଆଗରେ ଧାରଣା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହି ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ପାଇଁ ଧାନ ବିକ୍ରି କରି ନପାରି ଧାରଣାରେ ଚାଷୀ । ଅଧିକ ପଢନ୍ତୁ...

ସମବାୟ ସମିତି ଆଗରେ ଧାରଣାରେ ଚାଷୀ
ସମବାୟ ସମିତି ଆଗରେ ଧାରଣାରେ ଚାଷୀ
author img

By

Published : Mar 17, 2021, 12:47 PM IST

ଭଦ୍ରକ: ସୁଧୁରୁନି ଚାଷୀଙ୍କ ସମସ୍ୟା । ମଣ୍ଡିରେ ଧାନ କିଣାକୁ ଲାଗି ରହିଛି ଚାଷୀଙ୍କ ସମସ୍ୟା । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହି ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ପାଇଁ ଧାନ ବିକ୍ରି କରି ନପାରି ବାଧ୍ୟ ହୋଇ ଶେଷରେ ସମିତି ଆଗରେ ବିଷ ବୋତଲ ଧରି ଧାରଣାରେ ବସିଛି ଚାଷୀ ।

ସମବାୟ ସମିତି ଆଗରେ ଧାରଣାରେ ଚାଷୀ

ଚାଷୀର ନାମ ପଞ୍ଜିକରଣ ହେବା ସହିତ ଚାଷୀମାନେ ଟୋକନ ମଧ୍ୟ ପାଇଛନ୍ତି । ମାତ୍ର ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀମାନେ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଟୋକନଧାରୀଙ୍କ ଠାରୁ ଧାନ ନ କିଣି ବେନିୟମ ଭାବେ ଚଞ୍ଚକତା କରି ସମ୍ପାଦକ ଧାନ କିଛି ନିଜ ସମ୍ପର୍କୀୟ ମାନଙ୍କ ଠାରୁ କିଣୁଥିବା ଅଭିଯୋଗ ହୋଇଛି । ପ୍ରକୃତ ଚାଷୀଙ୍କୁ ହଇରାଣ କରା ଯାଉଥିବା ଅଭିଯୋଗ ହୋଇଛି।

ମଣ୍ଡିରେ ଏପରି ସମସ୍ୟା ପାଇଁ ଶେଷରେ ଚାଷିମାନେ ହାତରେ ବିଷ ବୋତଲ ଧରି ସମିତି ଆଗରେ ଧାରଣା ଦେଇଛନ୍ତି। ତେବେ ଯଥାଶୀଘ୍ର ଏହି ସମସ୍ୟା ସମାଧାନ ନହେଲେ, ବାଧ୍ୟ ହୋଇ ସେମାନେ ଶେଷରେ ସମୂହ ବିଷପାନ କରିବେ ବୋଲି ଚେତାବନୀ ଦେଇଛନ୍ତି। ହେଲେ ଏନେଇ ସେବା ସମବାୟ ସମିତି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.