ଭଦ୍ରକ: ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ନାଉଗୋରଡା ଗାଁରେ ଥିବା ଧାନ ଖଳାରେ ଆକସ୍ମିକ ଅଗ୍ନିକାଣ୍ଡ। ଚାହୁଁ ଚାହୁଁ ଭସ୍ମିଭୂତ ହେଲା ପାଖାପାଖି 40 ବସ୍ତା ଧାନ ।
ଏନେଇ ଖବର ପାଇ ଚାନ୍ଦବାଲି ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବିଦ୍ୟୁତ ତାର ଛିଡି ପଡିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।
ତେବେ ବିଦ୍ୟୁତ ତାର ଲାଗି ଏହି ଅଗ୍ନିକାଣ୍ଡ ଘଟି ଥିବାରୁ ଗାଁ ଲୋକେ ଭୟରେ ନିଆଁକୁ ଲିଭାଇବାକୁ ସାହସ କରିନଥିଲେ । ଫଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ