ETV Bharat / state

ଭଦ୍ରକ ସହରରେ ନିରାଡମ୍ବର ସହ ଇଦ ପାଳନ - ନିରାଡମ୍ବର ସହ ଇଦ ପାଳନ

କୋରୋନା କଟକଣା ଯୋଗୁଁ ଭଦ୍ରକ ସହରରେ ଥିବା ଇଦଗାହରେ ଆଜି ମାତ୍ର ପାଞ୍ଚ ଜଣରେ ସୀମିତ ରହିଥିଲା ନମାଜ ପାଠ। ତେବେ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜନିଜ ଘରେ ରହି ଏହି ପର୍ବକୁ ପାଳନ କରିଛନ୍ତି ।

ଭଦ୍ରକ ସହରରେ ନିରାଡମ୍ବର ସହ ଇଦ ପାଳନ
ଭଦ୍ରକ ସହରରେ ନିରାଡମ୍ବର ସହ ଇଦ ପାଳନ
author img

By

Published : May 25, 2020, 10:11 AM IST

Updated : May 25, 2020, 11:59 AM IST

ଭଦ୍ରକ: ଶାନ୍ତି, ମୈତ୍ରୀ ଓ ଦାନର ପର୍ବ ଇଦ ଭଦ୍ରକ ସହରରେ ଆଜି ସମ୍ପୂର୍ଣ୍ଣ ନିରାଡମ୍ବର ସହ ପାଳନ କରାଯାଇଛି । କୋରୋନା ପାଇଁ ଜାରି ହୋଇଥିବା ଲକଡାଉନରେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଡା କଟକଣା ଲଗାଯାଇଛି । ଏହି ପବିତ୍ର ପର୍ବକୁ ମୁସଲିମ ଧର୍ମାବଲମ୍ବୀମାନେ ପ୍ରଶାସନର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଇଦଗାହ ଓ ମସଜିଦରେ ନମାଜ ପାଠ କରିଛନ୍ତି ।

ଭଦ୍ରକ ସହରରେ ନିରାଡମ୍ବର ସହ ଇଦ ପାଳନ

ବିଶେଷ କରି ଇଦଗାହ ଓ ମସଜିଦରେ 5 ଜଣ କରି ମୁସଲିମ ଧର୍ମାବଲମ୍ବୀମାନେ ଆସି ନମାଜ ପାଠ କରିଛନ୍ତି । ଅନ୍ୟମାନେ ନିଜନିଜ ଘରେ ରହି ନମାଜ ପାଠ କରିଥିବା ଦେଖିବାକୁ ମିଳିଛି । ତେବେ ଭଦ୍ରକ ସହରରେ ଥିବା ଇଦଗାହରେ ଆଜିର ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜ ପାଠ କରିବାକୁ ଥିବା ବେଳେ ଆଜି ମାତ୍ର ପାଞ୍ଚ ଜଣରେ ସୀମିତ ରହିଥିଲା ନମାଜ ପାଠ।

ତେବେ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜନିଜ ଘରେ ରହି ଏହି ପର୍ବକୁ ପାଳନ କରିଛନ୍ତି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ 11 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 25, 2020, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.