ETV Bharat / state

କୋରୋନା କଟକଣା, ହଜିଗଲା ଫାୟାର ପାନ - pan shop

ରଜରେ ସବୁଠୁ ଚର୍ଚ୍ଚାରେ ରହୁଥିବା ଫାୟାର ପାନ ଏବେ କୋରୋନା କଟକଣା ଯୋଗୁଁ ବଜାରରେ ମିଳୁନାହିଁ । ଅଧିକ ପଢନ୍ତୁ...

କୋରୋନା କଟକଣା, ହଜିଗଲା ଫାୟାର ପାନ
କୋରୋନା କଟକଣା, ହଜିଗଲା ଫାୟାର ପାନ
author img

By

Published : Jun 15, 2021, 8:05 PM IST

ଭଦ୍ରକ: କୋରୋନା ମାଡରେ ଫିକା ପଡିଲା ରଜ ପର୍ବ । ଓଡିଶା ସଂସ୍କୃତିର ଏହି ରଜ ପର୍ବ 3 ଦିନ ଧରି ଯାକଜମକରେ ପାଳନ କରାଯାଇଥାଏ । ବସୁମାତା ରଜବତୀ ହୋଇଥିବାରୁ ଏହି ଦିନରେ କୌଣସି ଚାଷ କାର୍ଯ୍ୟ କରାଯାଇ ନଥାଏ । ଘରେ ରହି ପିଠ ପଣା ସହିତ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ଲୋକେ । ଗାଁ ଦାଣ୍ଡରେ ରଜଦୋଳି ସହିତ କବାଡି ଖେଳ, ତାସ ଖେଳ ଆଦି ଆସର ଜମିଥାଏ । ରଜ ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ ।

କୋରୋନା କଟକଣା, ହଜିଗଲା ଫାୟାର ପାନ

ପିଲାଠୁ ବୃଦ୍ଧ ଯାଏଁ ଯୁବତୀ ଠୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କର ମିଠା ରଜ ପାନ ଖାଇବାକୁ ଇଚ୍ଛା ହୋଇଥାଏ । ଏନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ସୁଆଦିଆ ରଙ୍ଗବେରଙ୍ଗର ରଜ ପାନ ବିକ୍ରି ହୋଇଥାଏ । ବିଭିନ୍ନ ପ୍ରକାରର ବାସ ମସଲାରେ ପ୍ରସ୍ତୁତ ହୋଇଥିବା ଏହି ପାନ ଖାଇବା ପାଇଁ ଦୋକାନ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଥାଏ । ଏପରିକି ପାନ ନେବାକୁ ଅନ୍‌ଲାଇନ୍‌ରେ ଅର୍ଡର ମଧ୍ୟ ବୁକିଂ କରାଯାଏ । ଏହି ରଜ ପାନ ମଧ୍ୟରେ କିଛି ବର୍ଷ ହେଲା ଭଦ୍ରକ ଜିଲ୍ଲାରେ ମିଳୁଥିବା ନିଆଁଲଗା ବା ଫାୟାର ପାନ ବେଶ ଚର୍ଚ୍ଚିତ ହୋଇଛି ।

ଏହି ଚର୍ଚ୍ଚିତ ନିଆଁଲଗା ବା ଫାୟାର ପାନ ଖାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥାନ୍ତି । ଏହି ପାନର ବିଶେଷତ୍ବ ହେଉଛି ଗୋଟା ପାନ ଉପରେ ବିଭିନ୍ନ ପ୍ରକାରର ମସଲା ଦେବାପରେ ଏକ କେମିକାଲ ପକାଯାଏ ଯାହା ଅଗ୍ନି ସଂ ରେ ଆସିଲେ ହୁତୁହୁତ ହୋଇ ଜଳିଥାଏ । ପାନ ଜଳୁଥିବା ଅବସ୍ଥାରେ ଦୋକାନୀ ଗ୍ରାହକଙ୍କ ପାଟିରେ ପୁରେଇ ଦେଇଥାଏ । ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ସାଧାରଣ ମିଠା ପାନ ଠାରୁ ଏହି ପାନ ଅଧିକ ସୁଆଦିଆ ବୋଲି ଜଣାପଡିଛି ।

ତେବେ ଏହି କୋରୋନା କଟକଣାରେ ଚଳିତ ବର୍ଷ ହଜିଗଲା ନିଆଁଲଗା ପାନ। ବିଗତ କିଛି ବର୍ଷ ହେଲା ନିର୍ଦ୍ଦିଷ୍ଟ କିଛି ପାନ ଦୋକାନୀ ଏହି ପାନ ବିକ୍ରି କରି ଗ୍ରାହକଙ୍କ ବେଶ ପ୍ରିୟ ଭାଜନ ହୋଇ ପାରିଛନ୍ତି । ତେବେ କୋରୋନା କଟକଣାରେ ଗତବର୍ଷ ରୋକ ଲାଗିଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ବୋଲି କହିଛନ୍ତି ଏହି ପାନ ବିକ୍ରି କରୁଥିବା ଦୋକାନୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.