ETV Bharat / state

ଉଚ୍ଛେଦ ହେଲା ଶୁଖୁଆ ଗୋଦାମ - dry fish factory evication in bhadrak

ଭଦ୍ରକ ଜିଲ୍ଲା ବାଇପାସ ସ୍ଥିତ ଆରଏମସି ମାର୍କେଟ ପରିସରରେ ଥିବା ଶୁଖୁଆ ଗୋଦାମ ଗୁଡିକୁ ଉଚ୍ଛେଦ କରାଯାଇଛି । ଅଧିକ ଖବର ପଢନ୍ତୁ...

dry fish factory evication in bhadrak
ଉଚ୍ଛେଦ ହେଲା ଶୁଖୁଆ ଗୋଦାମ
author img

By

Published : Jan 30, 2020, 9:53 PM IST

ଭଦ୍ରକ: ଉଚ୍ଛେଦ ହେଲା ଶୁଖୁଆ ଗୋଦାମ । ଭଦ୍ରକ ଜିଲ୍ଲା ବାଇପାସ ସ୍ଥିତ ଆରଏମସି ମାର୍କେଟ ପରିସରରେ ଥିବା ଶୁଖୁଆ ଗୋଦାମଗୁଡିକୁ ଉଚ୍ଛେଦ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆରଏମସି ମାର୍କେଟର ଉନ୍ନତିକରଣ ପାଇଁ ଏହି ଗୋଦାମ ଘର ଗୁଡିକୁ ଭାଙ୍ଗି ଦିଆଯାଇଛି ।

ଉଚ୍ଛେଦ ହେଲା ଶୁଖୁଆ ଗୋଦାମ

ସୂଚନା ଅନୁଯାୟୀ, 50 ରୁ ଅଧିକ ଶୁଖୁଆ ବେପାରୀ ଏଠାରେ ବେପାର କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ । ତେବେ ପୂର୍ବରୁ କୌଣସି ନୋଟିସ ନଦେବା କିମ୍ବା ଥଇଥାନ ବ୍ୟବସ୍ଥା ନକରି କେବଳ ମାଇକ ଯୋଗେ ପ୍ରଚାର କରି ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ଶୁଖାଆ ବେପାରୀମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ତେବେ ତୁରନ୍ତ ପ୍ରଶାସନ ପକ୍ଷରୁ ଏହି କ୍ଷତିଗ୍ରସ୍ତ ବେପାରୀମାନଙ୍କୁ ଥଇଥାନ କରାନଗଲେ ଆଗାମୀ ଦିନରେ କ୍ଷତିଗ୍ରସ୍ତମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : EVICTION
FORMAT : AVO
REPORT : DEBASIS MOHAPATRA / BHADRAK
DATE : 30.01.2020

ANCHOR : ଭଦ୍ରକ ଜିଲ୍ଲା ବାଇପାସ ସ୍ଥିତ ଆରଏମସି ମାର୍କେଟ ପରିସରରେ ଥିବା ଶୁଖୁଆ ଗୋଦାମ ଗୁଡିକ ଉଛେଦ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆରଏମସି ମାର୍କଟର ଉନ୍ନତି କରଣ ପାଇଁ ଏହି ଗୋଦାମ ଘର ଗୁଡିକୁ ଭାଙ୍ଗି ଦିଆଯାଇଥିବା ଜଣାପଡିଛି। 50 ରୁ ଅଧିକ ଶୁଖାଆ ବେପାରୀ ଏଠାରେ ବେପାର କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ। ହେଲେ କୌଣସି ନୋଟିସ ନଦେଇ, ଥଇଥାନ ବ୍ଯବସ୍ଥା ନକରି, କେବଳ ମାଇକ ପ୍ରଚାର କରି, ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ଅଭିଯୋଗ ହୋଇଛି। Body:ଯାହାକୁ ଶୁଖାଆ ବେପାରୀ ମାନେ ବିରୋଧ କରିଥିଲେ। ଫଳରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସ ପକ୍ଷରୁ ବୁଝାସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ତୁରନ୍ତ ପ୍ରଶାସନ ପକ୍ଷରୁ ଏହି କ୍ଷତିଗ୍ରସ୍ତ ବେପାରୀ ମାନଙ୍କୁ ଥଇଥାନ କରାନଗଲେ, ଆଗାମୀ ଦିନରେ କ୍ଷତିଗ୍ରସ୍ତ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.