ETV Bharat / state

ରିଲିଫ ଦାବିରେ ବ୍ଲକ ଅଫିସରେ ଧାରଣା ଦେଲା ଦିବ୍ୟାଙ୍ଗ ପରିବାର - ଦିବ୍ୟାଙ୍ଗ ପରିବାର ପକ୍ଷରୁ ବ୍ଲକ ଆଗରେ ଧାରଣା

ରିଲିଫ ପାଇବାରୁ ବଞ୍ଚିତ ହୋଇଥିବା ଜଣେ ଦିବ୍ୟାଙ୍ଗ ପରିବାର ବ୍ଲକ ଅଫିସ ସାମନାରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

handicapped  family protest  infront of block
ଦିବ୍ୟାଙ୍ଗ ପରିବାର ପକ୍ଷରୁ ବ୍ଲକ ଆଗରେ ଧାରଣା
author img

By

Published : Oct 17, 2020, 5:52 PM IST

ଭଦ୍ରକ: ରିଲିଫ ପାଇବାରୁ ବଞ୍ଚିତ ହୋଇଥିବା ଜଣେ ଦିବ୍ୟାଙ୍ଗ ପରିବାର ବ୍ଲକ ସାମନାରେ ଧାରଣା ଦେଇଛନ୍ତି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସବୁଆଡୁ ନିରାଶ ହୋଇ ଶେଷରେ ଏପରି ନିଷ୍ପତି ନେଇଥିବା ସୂଚନା ମିଳିଛି ।

ଦିବ୍ୟାଙ୍ଗ ପରିବାର ପକ୍ଷରୁ ବ୍ଲକ ଆଗରେ ଧାରଣା

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ମାଲପୁର ଗାଁର ସୁକାନ୍ତ ସେଠୀଙ୍କ ଦିବ୍ୟାଙ୍ଗ ପରିବାର ଚଳିତ ବନ୍ୟାଜନିତ ରିଲିଫ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସୁକାନ୍ତ ବିଡିଓଙ୍କୁ ଭେଟି ରିଲିଫ ଦାବି କରିଥିଲେ ।

ଏହାପରେ ବ୍ଲକ ପକ୍ଷରୁ ତଦନ୍ତ କରାଯିବ ବୋଲି କୁହାଯାଇଥିଲା । ହେଲେ ତଦନ୍ତ ଆଳରେ ଦୀର୍ଘଦିନ ବିତିଗଲା । ଶେଷରେ ନିରୁପାୟ ହୋଇ ସୁକାନ୍ତ ସପରିବାର ସହିତ ବ୍ଲକ ସାମନାରେ ଧାରଣାରେ ବସିଥିବା କୁହାଯାଇଛି ।

ସେପଟେ ରିଲିଫ ପ୍ରଦାନ ପ୍ରକ୍ରିୟା ସରିଗଲାଣି ଆଉ କିଛି ବୁଝାଯିବ ନାହିଁ ବୋଲି ବିଡିଓ ମତାମତ ଦେଇଥିବା ଜଣାପଡିଛି । ସୁକାନ୍ତଙ୍କୁ ସହଯୋଗ କରିବା ଲାଗି ସିପିଆଇ ସହଯୋଗର ହାତ ବଢାଇଛି । ହେଲେ ଏନେଇ ବିଡିଓ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.