ଭଦ୍ରକ: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର । 30 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା । ରୋଡକାମ ପାଇଁ ବିଲ ପାସ କରାଇବାକୁ ଜଣେ ଠିକାଦାରଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସେ ।
ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀ ବନ୍ଧ ନିକଟରୁ ତୁମ୍ବାପଦି ପର୍ଯ୍ୟନ୍ତ ସିସି ରୋଡ଼ କାମ ଓ ଦଇସଂରୁ କୁଡିଆମାଳ ସିସି ରୋଡ଼ କାମ ପାଇଁ, ମୋଟ 8 ଲକ୍ଷ 20 ହଜାର ଟଙ୍କା ବିଲକୁ ଅନଲାଇନ କରିବାକୁ ପ୍ରିୟବ୍ରତ ପଣ୍ଡା ଠିକାଦାରଙ୍କ ଠାରୁ 30ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଗୁରୁବାର ଠିକାଦାର ଦିଗମ୍ବର ଦାସଙ୍କ ଠାରୁ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ସେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ