ଭଦ୍ରକ: ଆରମ୍ଭ ହୋଇଛି ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଦିନ ୧୦ ଟାରୁ ୧୧ ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ବର ଦେଇ ଗତି କରିବ ବାତ୍ୟା । ତେବେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ସହିତ ପବନ ଜାରି ରହିଛି । ଫଳରେ ଅନେକ ଗଛ ଉପୁଡି ପଡିଛି । ହେଲେ ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ କିଛିଟା ପ୍ରଭାବିତ ହୋଇଛି ।
ବର୍ଷା ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ କହିଛନ୍ତି ଭଦ୍ରକ ଜିଲ୍ଲାପାଳ । ତେବେ ଏକ ଲକ୍ଷ କୋଡିଏ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ