ETV Bharat / state

Bhadrak Bandh: ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ

author img

By

Published : Dec 5, 2022, 9:38 AM IST

Updated : Dec 5, 2022, 10:26 AM IST

ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି କଂଗ୍ରେସ । ବିଭିନ୍ନ ସ୍ଥାନରେ ରାସ୍ତା ରୋକ । ଅଧିକ ପଢନ୍ତୁ

ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ
ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା

ଭଦ୍ରକ: ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳ ୬ଟାରୁ ଅପରାହ୍ନ ୨ପର୍ଯ୍ୟନ୍ତ ଏହା ଜାରି ରହିବ । ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବିରେ ବନ୍ଦ ଡାକରା ଦେଇଛି କଂଗ୍ରେସ । ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ କରିଥିଲା ଦଳ । ତେଣୁ ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ଆଠ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି ।

ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ

ଏହା ମଧ୍ୟ ପଢନ୍ତୁ-Padampur Bypoll: ଆରମ୍ଭ ହେଲା ମତଦାନ, ନେତା ବାଛୁଛନ୍ତି ପଦ୍ମପୁରବାସୀ

କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହ ରାସ୍ତା ରୋକ ମଧ୍ୟ କରାଯାଇଛି । ଫଳରେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ପିକେଟିଂ ଯୋଗୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କିନ୍ତୁ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିଛି । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ ନେଇ ବାରମ୍ଵାର ଦାବି ହେଉଥିଲେ ମଧ୍ୟ, ଭଦ୍ରକବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବିକୁ ସରକାର କର୍ଣ୍ଣପାତ କରୁନାହାନ୍ତି, ଫଳରେ ଜିଲ୍ଲାବସୀଙ୍କୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି ବୋଲି କହିଛି କଂଗ୍ରେସ । ଜିଲ୍ଲାବାସୀଙ୍କ ହକ ପାଇଁ ଶେଷରେ ବାଧ୍ୟ ହୋଇ ଆଜି ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : Dec 5, 2022, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.