ଭଦ୍ରକ: ଏକ ନିର୍ଦ୍ଦିଷ୍ଟ ଶିବିରରେ ଜଣେ ସରକରୀ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ଦୁଇ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ । ପୋଲିସର ହସ୍ତକ୍ଷେପ ପରେ ନିୟନ୍ତ୍ରିତ ହେଲା ସ୍ଥିତି ।
ସୂଚନା ଅନୁଯାୟୀ ଭଦ୍ରକ ପାନ୍ଥନିବାସ ଠାରେ ସାଂସଦ ପ୍ରାର୍ଥୀନିଙ୍କ ସ୍ୱାମୀ ମୁକ୍ତି କାନ୍ତ ମଣ୍ଡଳ ନାଁରେ ରୁମ ବୁକ ହୋଇଥିବା ବେଳେ ସେଠାରେ ବାସୁଦେବପୁର ତହସିଲଦାରଙ୍କ ଉପସ୍ଥିତିକୁ ଅନ୍ୟ ଏକ ରାଜନୈତିକ ଦଳର ସଦସ୍ୟ ମାନେ ଏହାକୁ ବିରୋଧ କରିଥିଲେ । ତେବେ ଏହି ବିରୋଧ ଘଟଣା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ