ETV Bharat / state

ଚାନ୍ଦବାଲି ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Nov 8, 2019, 6:32 AM IST

ଚାନ୍ଦବାଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ରାଜ୍ୟ ବାହାରକୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବାଲେଶ୍ବର ରେଳଷ୍ଟେସନରୁ ତାକୁ ଗିରଫ କରିଛି ପୋଲିସ ।

ଚାନ୍ଦବାଲି ଗଣଦୁଷ୍କର୍ମ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ: ଚାନ୍ଦବାଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ଦାଶ ଗିରଫ । ବାଲେଶ୍ବର ରେଳ ଷ୍ଟେସନରୁ ତାକୁ ଗିରଫ କରିଛି ପୋଲିସ । ସେ ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ତାକୁ ଧରିବାର ସଫଳ ହୋଇଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ପ୍ରକାଶ ଫଲକନାମା ଏକ୍ସପ୍ରେସରେ ରାଜ୍ୟ ବାହାରକୁ ଯାଉଥିବା ଖବର ପାଇଥିଲା ପୋଲିସ । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ଗିରଫ କରିଥିଲା । ପରେ ତାକୁ ଡାକ୍ତରୀ ମାଇନା ପାଇଁ ପଠାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।

ପୂର୍ବରୁ ଗଣଦୁଷ୍କର୍ମ ମାମଲାରେ ପିଣ୍ଟୁ ମହାଳିକ, ସୁବ୍ରତ ସାହୁ ଓ ବିଶ୍ଵଜିତ ନାୟକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ତିନିଜଣଙ୍କ ଜାମିନ ଆବେଦନ ଖାରଜ ହେବାରୁ, ସମସ୍ତ 4 ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

dav

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.