ଭଦ୍ରକ: ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଛକ ନିକଟରେ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ 9 ଗୋରୁ ମୃତ । ଅନେକ ଗୋରୁ ଆହତ ହୋଇଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି ।
ଖବର ଅନୁଯାୟୀ ବାଲେଶ୍ୱର ଆଡୁ ଗୋରୁ ବୋଝେଇ ଏହି ପିକଅପ ଭ୍ୟାନଟି ଭଦ୍ରକ ଆସୁଥିବା ବେଳେ, ତ୍ରିଶଳପୁର ଛକ ନିକଟରେ ଆଗ ଚକା ଫାଟି ଯିବାରୁ ପିକଅପଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଆହତ ଗୋରୁମାନଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜାତୀୟ ରାଜପଥରୁ ହଟାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ