ଭଦ୍ରକ: ଭଦ୍ରକ ସହରସ୍ଥ ବନ୍ତ ଛକ ଠାରେ ଜଣେ ଯୁବକ ବ୍ରାଉନସୁଗାର ଧରି ଏହାକୁ ଚାଲାଣ କରିବା ପାଇଁ ଏକ ସ୍ଥାନରେ ଛିଡା ହୋଇଥିଲାବେଳେ କଟକସ୍ଥିତ ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ ତାକୁ କାବୁ କରିଛି । ସମ୍ପୃକ୍ତ ଯୁବକଙ୍କ ଠାରୁ 14 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବାବେଳେ ତାକୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ।
ଗିରଫ ଯୁବକର ନାମ ଗଣେଶ ପଣ୍ଡା ବୋଲି ସୂଚନା ମିଳିଛି । ତା ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଂଜି ଗ୍ରାମରେ ବୋଲି ଜଣାପଡିଛି । ତେବେ ଏନେଇ କଟକସ୍ଥିତ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ