ETV Bharat / state

ସମୁଦ୍ରରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଟ୍ରଲରରେ ଅଗ୍ନିକାଣ୍ଡ ଘଟିବାରୁ ସମୁଦ୍ରରେ ବୁଡିଗଲା ମାଛ ଧରା ଟ୍ରଲର । ୧୦ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କଲେ ଅନ୍ୟ ଏକ ଟ୍ରଲରର ମତ୍ସ୍ୟଜୀବୀ । ଅଧିକ ପଢନ୍ତୁ

author img

By

Published : Oct 6, 2022, 5:48 PM IST

ସମୁଦ୍ରରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସଜୀବୀ

ଭଦ୍ରକ: ଧାମରାରେ ଅଘଟଣ, ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର । ଅଗ୍ନିକାଣ୍ଡ ଘଟିବାରୁ ଧାମରା ସମୁଦ୍ରରେ ବୁଡାଗଲା ଟ୍ରଲର । ସମୁଦ୍ର ମୁହାଣ ମଧ୍ୟରେ ହୁଇଲର ଦ୍ୱୀପ ନିକଟରେ ମାଛଧରା ଟ୍ରଲରଟି ବୁଡିଯାଇଥିବା ବେଳେ ୧୦ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କଲେ ଅନ୍ୟ ଏକ ଟ୍ରଲରର ମତ୍ସ୍ୟଜୀବୀ ।

ସମୁଦ୍ରରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ

ଏହା ମଧ୍ୟ ପଢନ୍ତୁ-ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କ ମନଲୋଭା ରୂପ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ସମୁଦ୍ର ମୁହାଣ ମଧ୍ୟରେ ମା’ ପଦ୍ମାବତୀ ନାମକ ଏକ ଟ୍ରଲର ଆଜି ମାଛ ଧରିବାରୁ ସମୁଦ୍ର ମଧ୍ୟକୁ ଯାଇଥିଲା । ଏଥିରେ ୧୦ ଜଣ ମତ୍ସ୍ୟଜୀବୀ ମଧ୍ୟ ଥିଲେ । ହେଲେ କୌଣସି କାରଣରୁ ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଟ୍ରଲରରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଟ୍ରଲରଟି ସମୁଦ୍ରରେ ବୁଡିଯିବାରୁ ମତ୍ସ୍ୟଜୀବୀମାନେ ଜୀବନ ବଞ୍ଚାଇବାକୁ ସମୁଦ୍ର ମଧ୍ୟକୁ ଡେଇଁପଡିଥିଲେ । ମତ୍ସ୍ୟଜୀବୀମାନେ ସେପ୍ଟି ଜ୍ୟାକେଟ ପିନ୍ଧିଥିବାରୁ ପାଣି ଉପରେ ଭାସୁଥିବା ଦେଖି ନିକଟରେ ଥିବା ଅନ୍ୟ ଟ୍ରଲରର ମତ୍ସ୍ୟଜୀବୀମାନେ ସମସ୍ତଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ସୂଚନା ଦେଇଛନ୍ତି ।

ତେବେ କେଉଁ କାରଣରୁ ଟ୍ରଲରଟିରେ ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ସମୁଦ୍ରରେ ବୁଡିଯାଇଥିବା ମା’ ପଦ୍ମାବତୀ ଟ୍ରଲରଟି ଧାମରା ଦୋଷୀଙ୍ଗା ପଞ୍ଚାୟତର ମଳିକ ସମରେଶ ପରିଡାଙ୍କର ବୋଲି ଜଣାପଡିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.