ETV Bharat / state

Dhamnagar bypoll: ସରି ସରି ଆସୁଛି ସମୟ, ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ଧାମନଗର

author img

By

Published : Oct 30, 2022, 7:18 PM IST

ଉପନିର୍ବାଚନ ପାଇଁ ହେଭିୱେଟଙ୍କ ପ୍ରଚାରରେ ପ୍ରକମ୍ପିତ ହେଉଛି ଧାମନଗର ପ୍ରଚାର ମଇଦାନ । ବିଜେପି ତରଫରୁ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଅନ୍ୟପଟେ ବିଜେଡି ତରଫରୁ ଅବନ୍ତି ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ନୟାଗଡ ବିଧାୟକ ଅରୁଣ କୁମାର ସାହୁ । ଅଧିକ ପଢନ୍ତୁ

ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ଧାମନଗର
ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ଧାମନଗର

ଭଦ୍ରକ: ପାଖେଇ ଆସୁଛି ଧାମନଗର ଉପନିର୍ବାଚନ(Dhamnagar bypoll) । ଆଉ ଦିନ କେଇଟା ପରେ ପଡିବ ଭୋଟ । ଦିନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ତରଫରୁ ବିଧାୟକ ପଦ ପାଇଁ ଉପନିର୍ବାଚନ ଲଢୁଥିବା ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଭୋଟରଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ଅନ୍ୟପଟେ ଉପନିର୍ବାଚନରେ ବିଜୟୀ ହେବା ପାଇଁ ଦଳର ହେଭିୱେଟ ମଧ୍ୟ ପ୍ରଚାର କରୁଛନ୍ତି । ଆଜି ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର (Bjp spokesperson Sambit Patra)। ତିହିଡି ବ୍ଲକ ଅଚକ ପଞ୍ଚାୟତର ସମସ୍ତ ୱାର୍ଡ ବୁଲି ବିଜେପି ଦଳିୟ ପ୍ରାର୍ଥୀଙ୍କ ପାଇଁ ଆଶିର୍ବାଦ ଭିକ୍ଷା କରିବା ସହିତ ପ୍ରଚାର କରିଥିଲେ।

ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ଧାମନଗର

ପ୍ରଚାର ସମୟରେ ସମ୍ବିତ ପାତ୍ର କହିଥିଲେ, ''ଆମର ଗୋଟିଏ ହିଁ ଆଶା, ତାହା ହେଉଛି ବିକାଶ । କେମିତି ଭାରତ ବର୍ଷ ବିକାଶ ପଥରେ ଆଗକୁ ବଢିବ । କିପରି ଆମ ଓଡିଶା ଆମ ଧାମନଗର ବିକାଶ ପଥରେ ଆଗକୁ ବଢିବ । ଏହାକୁ ନେଇ ଆଜି ମୁଁ ଭୋଟ ଭିକ୍ଷା କରିବାକୁ ଆସିଛି, ସୂର୍ଯ୍ୟବଂଶୀ ସୂରଜ ମାନେ ମୋଦିଙ୍କୁ ଭୋଟ । ଭବିଷ୍ୟତରେ ୨୦୨୪ରେ ଡବଲ ଇଞ୍ଜିନ ସରକାର ପାଇଁ ଆମେ ଏକ ବାଟ ଖୋଲିବା । ମୁଁ ଯେଉଁଠି ଛିଡା ହୋଇଛି ଆପଣ ମୋ ପଛରେ ଚାଳ ଘର ଦେଖୁଛନ୍ତି । ସମସ୍ତ ଭାରତ ବର୍ଷରେ ଆଜି କେଉଁଠି ଚାଳ ଘର ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଯେଉଁଠିବି ଦେଖିବେ ପକ୍କା ଘର । କିନ୍ତୁ ଏଠାରେ ତେଲିଆ ମୁଣ୍ଡରେ ତେଲ ଦେଲା ଭଳି ନିଜ କର୍ମୀଙ୍କୁ ଘର ଦିଆଯାଉଛି । ଏହା ଉଚିତ ନୁହଁ । ସେଥିପାଇଁ ଆଜି ଲୋକେ ନରେନ୍ଦ୍ର ମୋଦିଙ୍କ ବିକାଶ ପାଇଁ ଠିଆ ହୋଇଛନ୍ତି ।

ପ୍ରଚାର ସମୟରେ ସମ୍ବିତ ପାତ୍ରଙ୍କ ସହ ରାଜ୍ୟ ପ୍ରବକ୍ତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂ, ଦୀନବନ୍ଧୁ ପତି, ରେଣୁବାଳା ବିଶ୍ବାଳ ପ୍ରମୁଖ ଏହି ପ୍ରଚାରରେ ସାମିଲ ହୋଇଥିଲେ । ଏକ ଗାଡିରେ ସମ୍ବିତ ପାତ୍ର ପ୍ରଚାର କରିଥିବା ବେଳେ ବାଇକ ଶୋଭାଯାତ୍ରାର ମଧ୍ୟ ଆୟୋଜନ ହୋଇଥିଲା । ପରେ ନୂଆନନ୍ଦ ପଞ୍ଚାୟତ ପରିକ୍ରମଣ କରି ପାଳିଆବିନ୍ଧା ପଞ୍ଚାୟତରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ସମ୍ବିତ ପାତ୍ର ।

ଏହା ମଧ୍ୟ ପଢନ୍ତୁ-ବିଦ୍ୟାଧରପୁରର ନିଆରା କାଳୀପୂଜା, ଜାରି ରହିଛି ମାଆଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଏହା ପୂର୍ବରୁ ଲଗାତା ଦୁଇଦିନ ଧରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଧାମନଗର ଉପନିର୍ବାଚନ (Dhamnagar by election) ରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ଲାଗି ଧାମନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଥିଲେ । ଶୁକ୍ରବାର ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଧାମନଗର ଏନଏସି ଅଞ୍ଚଳରେ ପ୍ରଚାର କରିଥିଲେ ଧର୍ମେନ୍ଦ୍ର । ଶନିବାର ତିହିଡି ବ୍ଳକର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ ।

ଅନ୍ୟପଟେ ଧାମନଗର ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ହୋଇଛି । ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡ଼ି ବ୍ଳକର କୁବେରା ପଞ୍ଚାୟତରେ ଗାଁ ଗାଁ ବୁଲି ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଇଛି । ପରେ ଶତାଧିକ ମହିଳାଙ୍କୁ ନେଇ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ଧୂଳିପଦା ଠାରୁ ଆରମ୍ଭ କରି ମନ୍ଦାରମାଳ, କଷଟି, ବାରିକପୁର, ଇଟାଇଟି, ବିଳସାହି, ଦୀପବାଡ଼ି, ଗୋସ୍ଵାମୀ ପାଟଣା ଆଦି ଗ୍ରାମରେ ନିର୍ବାଚନୀ ପ୍ରଚାର କରାଯାଇଥିଲା । ପରେ କଲିପଡ଼ିଆ ଠାରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଏବଂ ଦଳୀୟ ନେତା ପ୍ରମୁଖ ଉପସ୍ଥିତ ରହି ନବୀନ ସରକାରଙ୍କର ବହୁମୁଖୀ ଯୋଜନା ସହିତ ନାରୀ ସଶକ୍ତିକରଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି । ନାରୀ ମାନଙ୍କୁ ଆଗକୁ ଆଣିବା ପାଇଁ ନବୀନ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ସେ ଧାମନଗର ଉପନିର୍ବାଚନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ମହିଳା ମାନଙ୍କର ଆହୁରି ବିକାଶ କରିବା ପାଇଁ ଆହ୍ଵାନ ଦେଇଛନ୍ତି । ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଅବନ୍ତୀ ଦାସଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ମହିଳା ଭୋଟରମାନଙ୍କୁ ନିବେଦନ କରିଥିଲେ ଉପସ୍ଥିତ ବିଜେଡି ନେତୃବୃନ୍ଦ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.