ETV Bharat / state

ଉଗ୍ରରୂପ ନେଉଛି ପାଇଖାନା ଦୁର୍ନୀତି ବିରୋଧରେ ମାରାଥନ ପ୍ରତିବାଦ - ଭଦ୍ରକରେ ବିଜେପିର ଧାରଣା

ଉଗ୍ରରୂପ ନେଉଛି ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ପାଇଖାନା ମହାଦୁର୍ନୀତି ବିରୋଧରେ ମାରାଥନ ପ୍ରତିବାଦ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଏଭଳି ଏକ ଅଭିଯୋଗ ଏବେ ମୁଣ୍ଡ ଟେକିବାରେ ଲାଗିଛି । ଅଧିକ ପଢ଼ନ୍ତୁ...

ଉଗ୍ରରୂପ ନେଉଛି ପାଇଖାନା ଦୁର୍ନୀତି ବିରୋଧରେ ମାରାଥନ ପ୍ରତିବାଦ

author img

By

Published : Oct 10, 2021, 7:21 PM IST

ଭଦ୍ରକ: ଉଗ୍ରରୂପ ନେଉଛି ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ପାଇଖାନା ମହାଦୁର୍ନୀତି ବିରୋଧରେ ମାରାଥନ ପ୍ରତିବାଦ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଏଭଳି ଏକ ଅଭିଯୋଗ ଏବେ ମୁଣ୍ଡ ଟେକିବାରେ ଲାଗିଛି । ଗତ ଅକ୍ଟୋବର ୪ ତାରିଖରେ ଏହାକୁ ନେଇ ବିଜେପି ନେତୃତ୍ବରେ ହିତାଧିକାରମାନେ ଗଣଧାରଣା ଦେଇଥିଲେ । ଏହାର ତଦନ୍ତ କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରତଶ୍ରୁତି ମିଳିଥିଲା । ତେବେ ପ୍ରଶାସନ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହି ଯାଇଛି । ଯାହାଫଳରେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛ ଭାରତ ମିଶନରେ ଲାଭ ମିଳି ପାରିନଥିବା ବିଜେପି ଅଭିଯୋଗ କରିଛି ।

ଉଗ୍ରରୂପ ନେଉଛି ପାଇଖାନା ଦୁର୍ନୀତି ବିରୋଧରେ ମାରାଥନ ପ୍ରତିବାଦ

ବର୍ତ୍ତମାନ ପ୍ରତିଶ୍ରୁତି ପାଳନ କରାଯାଇ ନଥିବାରୁ ଅନଶନ ସହ ରାଜପଥ ଅବରୋଧ କରିବାକୁ ଧମକ ଦେଇଛନ୍ତି ବିଜେପି କର୍ମୀ । ଦୁର୍ନୀତିରେ ଜଡ଼ିତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ସ୍ୱଚ୍ଛ ଭାରତ ମିଶନରେ ଏହି ପଞ୍ଚାୟତର ପାଇଖାନା ନିର୍ମାଣରେ ପ୍ରାୟ 6 କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି ।

ବିଡିଓଙ୍କ ସମେତ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଏହି ଦୁର୍ନୀତିରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି । ବହୁ ମୃତକଙ୍କ ନାମରେ ପାଇଖାନା ବିଲ୍‌ ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ଏକାଧିକ ବିଲ୍‌ ପ୍ରଦାନ କରାଯାଇଛି । ଏହାସହ ମିଥ୍ୟା ବିଲ୍‌ ମଧ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ସରକାରୀ କର୍ମଚାରୀ, ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ତଥା ଖୋଦ ସରପଞ୍ଚଙ୍କ ପରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ମଧ୍ୟ ପାଇଖାନା ବିଲ୍‌ କରାଯାଇଥିବା ସୂଚନା ଅଧିକାର ବଳରେ ତଥ୍ୟ ସଂଗ୍ରହ କରିଛି ବିଜେପି । ଏହାକୁ ନେଇ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.