ETV Bharat / state

ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଭଦ୍ରକ ବିଧାୟକଙ୍କ ଦାବି - indoor stadium in bhadrak

ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଜିଲ୍ଲାରେ ଖେଳାଳିଙ୍କ ପ୍ରତିଭା ବିକାଶ ପାଇଁ ଏକ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଅଧିକ ପଢ଼ନ୍ତୁ...

Bhadrak MLA sanjeev kumar malik,  demand for indoor stadium,  indoor stadium in bhadrak, ଇଣ୍ଡୋର ଷ୍ଟାଡିୟମ, ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ଦାବି, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ
ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ଦାବି
author img

By

Published : Jun 25, 2021, 9:37 PM IST

ଭଦ୍ରକ: ଜିଲ୍ଲାରେ ଏକ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ନିକଟରେ ଦାବି କଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ଶୁକ୍ରବାର ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଦାବି ରଖିଲେ ବିଧାୟକ ।

ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ଦାବି

ଖବର ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ପରିସରରେ 5T ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭଦ୍ରକ ବିଧାୟକ, ବହୁ ବୁଦ୍ଧିଜୀବୀ, ଜିଲ୍ଲାର ଅନେକ ଖ୍ୟାତି ସମ୍ପନ୍ନ କ୍ରୀଡାବିତ୍ ଉପସ୍ଥିତ ଥିଲେ।

ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ଥିବା ବିଭିନ୍ନ ଭିତ୍ତିଭୂମି ଓ ଏହାର ବିକାଶ ଦିଗରେ ମୁଖ୍ୟତଃ ଆଲୋଚନା କରିଥିଲେ 5T ସଚିବ ଭିକେ ପାଣ୍ଡିଆନ୍। ଉତ୍କୃଷ୍ଟ ଧରଣର ଭିତ୍ତିଭୂମିର ଅଭାବ ଯୋଗୁଁ ଜିଲ୍ଲାରୁ ଅନେକ ଖେଳାଳିଙ୍କ ପ୍ରତିଭାର ବିକାଶ ହୋଇପାରୁନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ତେଣୁ ଜିଲ୍ଲାରେ ଏକ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ।

ତେବେ ଏନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରୟାସ ଆରମ୍ଭ କରାଯିବ ବୋଲି 5T ସଚିବ ଆଶ୍ବାସନା ଦେଇଥିବା ଭଦ୍ରକ ବିଧାୟକ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.