ETV Bharat / state

ବୈତରଣୀରେ ବନ୍ୟା: ଉବୁଟୁବୁ ଭଦ୍ରକ ! 5 ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ - 5 ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ

ବୈତରଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଏବଂ ଧାମନଗର ବ୍ଳକ ପ୍ରଭାବିତ ହୋଇଛି। 5ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଅଧିକ ପଢନ୍ତୁ

5ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ
5ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ
author img

By

Published : Aug 3, 2023, 9:19 PM IST

5ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ବୁଧବାର ସକାଳଠାରୁ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ବିପଦ ସଂକେତ 17.83 ମିଟର ଥିବାବେଳେ ସେଠାରେ ଗୁରୁୁବାର ସକାଳ ସୁଦ୍ଧା ସର୍ବାଧିକ 19.88 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ମଧ୍ୟାହ୍ନ ସୁଦ୍ଧା ଏହା କ୍ରମଶଃ ହ୍ରାସ ପାଇଛି। ଏହା ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଏବଂ ଧାମନଗର ବ୍ଳକ ପ୍ରଭାବିତ ହୋଇଛି।

ବିପଦ ସଙ୍କେତ ଟପିବା ପରେ ବୈତରଣୀର ବନ୍ୟା ଜଳ ଭଣ୍ଡାରିପୋଖରୀ କଣ୍ଟି ଏସକେପ୍ ଧାମନଗର ମଲ୍ଲୀ ମାହାରା ଏସକେପ୍ ଏବଂ ଗୌରାଙ୍ଗପୁର ଏସକେପ୍ ଦେଇ ନିଷ୍କାସିତ ହେବା ଯୋଗୁ ଧାମନଗରର ସୋହଡା, କରଦା, ପଧାନୀ, ଆନନ୍ଦପୁର, ଖଡ଼ିପଦା, ଦଲାଙ୍ଗ ଆଦି 10 ଟି ପଞ୍ଚାୟତର 20 ରୁ ଉର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି। ଗୃହ ପାଳିତ ପଶୁମାନଙ୍କୁ ନଦୀ ବନ୍ଧରେ ରଖାଯାଇଥିବାବେଳେ ଗୋଖାଦ୍ୟର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । ତେବେ ଗୌରାଙ୍ଗପୁର ଏସକେପ୍ ନିକଟରେ ଥିବା ସୋହଡା ପଞ୍ଚାୟତର 4ଟି ରାଜସ୍ୱ ଗ୍ରାମର 5 ହଜାରରୁ ଅଧିକ ଲୋକ ବନ୍ୟା ଘେରରେ ଅଛନ୍ତି।

ଏଥିସହ ଧାମନଗର ବ୍ଲକ ହସନାବାଦ ପଞ୍ଚାୟତର ଅନଳଡିହ ଓ ଅସ୍ତକ ଗାଁ ସମ୍ପୂର୍ଣ୍ଣ ବନ୍ୟା ଜଳ ଘେରରେ ରହିଥିବାବେଳେ ଲୋକଙ୍କ ଘରେ ବନ୍ୟା ଜଳ ଲହଡି ଭାଙ୍ଗୁଛି। ସେହିପରି ଭଣ୍ଡାରିପୋଖରୀ ବ୍ଲକର ରହଣିଆ, ନପଙ୍ଗ, ମଣିନାଥପୁର, ଷୋଳମପୁର, ବିରୁଡି, ମାଳଦା, କୁରିଗାଁ, ବାଲିପୋଖରୀ ଆଦି 8ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ବିଶେଷକରି ବୈତରଣୀ ନଦୀର ବନ୍ୟା ଜଳ ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି।

ଅନ୍ୟପଟେ କଣ୍ଟିଘାଇ, ଗୌରାଙ୍ଗପୁର ଓ ମଲ୍ଲୀ ମାହାରା ଏସକେପ୍ ଦେଇ ବନ୍ୟା ଜଳ ଚାଷ ଜମି ଓ ଜନ ବସତିକୁ ପ୍ରବେଶ କରିଛି। ଫଳରେ ଅନେକ ଗାଁ ଜଳ ବନ୍ଦୀ ହୋଇଥିବାବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିଭଳି ଦୋବ ରୁ ଷେଣ୍ଢପୁର ରାସ୍ତା, ଧୁଷୁରୀରୁ ଆଖଣ୍ଡଳମଣି ରାସ୍ତାର ସୂର୍ଯିପୁରଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପଧାନି ରାସ୍ତା ଉପରେ ମଧ୍ୟ 3 ଫୁଟର ବନ୍ୟା ଜଳ ନିଷ୍କାସିତ ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇଛି। ଅନ୍ୟପଟେ ଭଣ୍ଡାରିପୋଖରୀରୁ ମାଳଦା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଏହା ମଧ୍ୟ ପଢନ୍ତୁ...ଏବେ ଆଉ ଖୋଲିବ ନାହିଁ ହୀରାକୁଦ ଗେଟ: ସର୍ବୋଚ୍ଚ ଯନ୍ତ୍ରୀ

ଏନେଇ ଭଦ୍ରକ ଜିଲ୍ଲାପାଲ ସିଦ୍ଧେଶ୍ଵର ବଳିରାମ ବୋନ୍ଦର କହିଛନ୍ତି, "ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏକ 30 ଜଣିଆ NDRF ଟିମକୁ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଧାମନଗର ବ୍ଳକ ଏବଂ ଏକ ODRAF ଟିମକୁ ଭଣ୍ଡାରିପୋଖରୀ ବ୍ଲକରେ ମୁତୟନ କରାଯାଇଛି । ଏଥିସହ ବିଭିନ୍ନ ବିଛିନ୍ନାଞ୍ଚଳମାନଙ୍କରେ 4 ଟି ସ୍ଵତନ୍ତ୍ର ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମd ବିଭିନ୍ନ ଅଞ୍ଚଳ ଉପରର ନଜର ରଖିଛନ୍ତି।" ଏହାସହ ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବର୍ତ୍ତମାନସୁଦ୍ଧା 500 ରୁ 600 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ବିଭିନ୍ନ ବିଛିନ୍ନାଞ୍ଚଳ ମାନଙ୍କରେ ଶୁଖିଲା ଖାଦ୍ୟ ଏବଂ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଧାମନଗର ବିଧାୟକଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧିମାନେ ମଧ୍ୟ ବନ୍ୟା ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ତାହା ଏବେ କ୍ରମଶଃ ହ୍ରାସ ପାଉଛି। ହେଲେ ବନ୍ୟା ବିପନ୍ନଙ୍କ ଜୀବନ ଦୁର୍ବିସହ ହୋଇପଡିଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.