ETV Bharat / state

କୋମାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ - ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କୋମାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ । ଅମ୍ଳଜାନ ବିତରଣ କେନ୍ଦ୍ର ବି ବନ୍ଦ । ପାଖାପାଖି 50 ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଚିକିତ୍ସାଳୟରେ ହୋଇଥିବା ଆଇସିୟୁ ଓ ଅମ୍ଳଜାନ ବିତରଣ କେନ୍ଦ୍ର ଅଚଳ ହୋଇପଡିଛି।

ଡିଜାଇନ ଫଟୋ
author img

By

Published : Sep 5, 2019, 6:21 PM IST

ଭଦ୍ରକ: କୋମାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ । ଅମ୍ଳଜାନ ବିତରଣ କେନ୍ଦ୍ର ବି ବନ୍ଦ । ପାଖାପାଖି 50 ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଚିକିତ୍ସାଳୟରେ ହୋଇଥିବା ଆଇସିୟୁ ଓ ଅମ୍ଳଜାନ ବିତରଣ କେନ୍ଦ୍ର କାମ କରୁନି । ଗୁରୁତର ରୋଗୀଙ୍କୁ ବାଧ୍ୟ ହୋଇ କଟକ ସ୍ଥାନାନ୍ତରିତ କରାଯାଉଛି । ସେପଟେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଦର୍ଶାଇ ହାତଟେକି ଦେଇଛନ୍ତି ବିଭାଗୀୟ ଅଧିକାରୀ।

ଭଦ୍ରକ ଜିଲ୍ଲାର 7 ଟି ବ୍ଲକର 15 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମେତ ଆଖପାଖ 3 ଟି ଜିଲ୍ଲାର ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଉପରେ ନିର୍ଭର କରନ୍ତି। ଏହାକୁ ଦୃଷ୍ଟିରେ ରଖି 4 ଶଯ୍ୟା ବିଶିଷ୍ଟ ଏକ ଆଇସିୟୁ କରାଯାଇଥିଲା । ଯାହା ଏବେ କାର୍ଯ୍ୟକ୍ଷମ ହେଉନାହିଁ ।

ସୂଚନା ଅନୁଯାୟୀ, 2016 ମସିହାରେ 1011 ଜଣ, 2017 ମସିହାରେ 1403 ଜଣ, 2018 ମସିହାରେ 1304 ଜଣ ଏବଂ 2019 ମସିହାରେ ଅଦ୍ୟାବଧି 648 ଙ୍କୁ ମିଶାଇ ମୋଟ 4366 ଜଣ ଆଇସିୟୁ ନିର୍ଭରଶୀଳ ରୋଗୀଙ୍କୁ ଏହି ଆଇସିୟୁ ପ୍ରତିଷ୍ଠା ହେବା ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ବହୁମୂଲ୍ୟ ଭେଣ୍ଟିଲେଟର ଏବଂ ମନିଟରିଂ ବ୍ୟବସ୍ଥା ସହିତ ସମସ୍ତ ନୂତନ ଯନ୍ତ୍ରାଂଶ ଧୀରେ ଧୀରେ ଧ୍ବଂସ ହେବାକୁ ଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏଥିସହ 36 ଟି ବେଡ୍ ପାଇଁ ପ୍ରତିଷ୍ଠା କରାଯାଇଥିବା ଅମ୍ଳଜାନ ବିତରଣ କେନ୍ଦ୍ର ପ୍ରତିଷ୍ଠା ହେବା ଦିନ ଠାରୁ ଠପ ହୋଇଯାଇଛି। ସେପଟେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଏପରି ସମସ୍ୟା ଉପୁଜିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DEFUNG ICU
FORMAT : INVESTIGATIVE
REPORT : DEBASIS MOHAPATRA / BHADRAK
DATE : 05.09.2019

ANCHOR : 50 ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟରେ ପ୍ରତିଷ୍ଠା ହୋଇଥିଲା ICU ଏବଂ ଅମ୍ଳଜାନ ବିତରଣ ବ୍ୟବସ୍ଥା ପରି ଜରୁରୀ କାଳୀନ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ହେଲେ ଏହା ଏବେ କୋମାରେ। ଫଳରେ ଗୁରୁତର ରୋଗୀଙ୍କୁ ବାଧ୍ୟ ହୋଇ କଟକ ସ୍ଥାନାନ୍ତରିତ କରାଯାଉଛି। ଅନେକ ମଧ୍ଯ ମରଣ ମୁହଁକୁ ଠେଲି ହୋଇ ଯାଉଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ଏବଂ ଡାକ୍ତରଙ୍କ ମହଲରେ ଅସେନ୍ତାଷ ପ୍ରକାଶ ପାଇଛି। ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ଦର୍ଶାଇ ହାତ ଟେକି ଦେଇଛନ୍ତି ବିଭାଗୀୟ ଅଧିକାରୀ।
Body:Vo_1 : ଭଦ୍ରକ ଜିଲ୍ଲାର 7 ଟି ବ୍ଲକ ଅନ୍ତର୍ଗତ 15 ଲକ୍ଷ୍ୟ ରୁ ଉର୍ଦ୍ଧ ଲୋକଙ୍କ ସମେତ ଆଖପାଖ 3 ଟି ଜିଲ୍ଲାର ଲୋକମାନେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଉପରେ ନିର୍ଭର କରନ୍ତି। ହେଲେ ଜିଲ୍ଳାରେ ବିପର୍ଯ୍ୟସ୍ଥ ICU ପରି ଏକ ଜରୁରୀ କାଳୀନ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ଜିଲ୍ଲାର ଥିବା ମୁଖ୍ୟ ଚିକିତ୍ସାଳୟର ଆଘାତ ଜନିତ ଚିକିତ୍ସା କେନ୍ଦ୍ର ପରିସରରେ 2015 ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏକ ICU। ଏହା 4 ସଜ୍ୟ ବିଶିଷ୍ଟ। ସୂଚନା ଅନୁଯାୟୀ ଏଥିପାଇଁ 50 ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟ କରାଯାଇଛି। ହେଲେ ପ୍ରତିଷ୍ଠା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହାର ଲକ୍ଷ ପୂରଣ ହୋଇପାରୁନାହିଁ। ସୂଚନା ଅନୁଯାୟୀ 2016 ମସିହାରେ 1011 ଜଣ, 2017 ମସିହାରେ 1403 ଜଣ, 2018 ମସିହାରେ 1304 ଜଣ ଏବଂ 2019 ମସିହା ରେ ଅଦ୍ୟାବଧି 648 ଙ୍କୁ ମିଶାଇ ମୋଟ 4366 ଜଣ ICU ନିର୍ଭରଶୀଳ ରୋଗୀଙ୍କୁ ଏହି ICU ପ୍ରତିଷ୍ଠା ହେବା ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ବହୁମୂଲ୍ୟ ଭେଣ୍ଟିଲେଟର ଏବଂ ମନିଟରିଂ ବ୍ୟବସ୍ଥା ସହିତ ସମସ୍ତ ନୂତନ ଯନ୍ତ୍ରାଂଶ ଧୀରେ ଧୀରେ ଧ୍ବଂସ ହେବାକୁ ଯାଉଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ହୀନତା ଉପରେ ବୁଦ୍ଧିଜୀବୀ ଏବଂ ଡାକ୍ତର ମହଲରେ ପ୍ରଶ୍ନ ଉଠିଛି।
Bite_1 : ନାରଣ ଚନ୍ଦ୍ର ମହାପାତ୍ର_ବୁଦ୍ଧିଜୀବୀ
Bite_2 : ପ୍ରଦୀପ କୁମାର ନାୟକ_ଡାକ୍ତର

Vo_2 : ଏଥିସହ 36 ଟି ବେଡ୍ ପାଇଁ ପ୍ରତିଷ୍ଠା କରାଯାଇଥିବା ଅମ୍ଳଜାନ ବିତରଣ କେନ୍ଦ୍ର ଏବଂ ବ୍ୟବସ୍ଥା ମଧ୍ୟ, ପ୍ରତିଷ୍ଠା ହେବା ଦିନ ଠାରୁ ଠପ ହୋଇଯାଇଛି। ସୃଷ୍ଟି ହୋଇଥିବା ଏହି ଅଚଳାବସ୍ଥା ନେଇ ଆମେ ସିଧାସଳଖ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ଏହି ସମସ୍ତ କଥା କୁ ସ୍ୱୀକାର କରିଥିଲେ। ଆବଶ୍ୟକୀୟ ତାଲିମ ପ୍ରାପ୍ତ ଡାକ୍ତର ନଥିବାରୁ ଏହି ସ୍ଥିତି ଉପୁଜିଛି ବୋଲି ସେ ସଫେଇ ଦେଇଛନ୍ତି। ତେଣୁ ICU ପାଇଁ ଆବଶ୍ୟକ ରୋଗୀଙ୍କୁ ବାଧ୍ୟ ହୋଇ କଟକ ସ୍ଥାନାନ୍ତରିତ କରାଯାଉଥିବା ସେ କହିଛନ୍ତି। ତେବେ ଅମ୍ଳଜାନ ବିତରଣ କେନ୍ଦ୍ର ଏବଂ ବ୍ୟବସ୍ଥା ନେଇ ତାଙ୍କ ନିକଟରେ ସଠିକ ତଥ୍ୟ ନଥିବା ସେ କହିଛନ୍ତି।
Bite_3 : ଡାକ୍ତର ପ୍ରଦୀପ କୁମାର ଖୁଣ୍ଟିଆ_ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ Conclusion:FVO : ICU ଏବଂ ଅମ୍ଳଜାନ ବିତରଣ ବ୍ୟବସ୍ଥା ପରି ଏକ ଜରୁରୀ କାଳୀନ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କାହିଁକି ବେପରୁଆ ? ସେନେଇ ଉଠିଛି ପ୍ରଶ୍ନ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.