ଭଦ୍ରକ: ପୌରପାଳିକାରେ ସ୍ବଚ୍ଛସାଥୀ ଓ ସୁପରଭାଇଜର ପଦବୀ ଚୟନରେ ଅନିୟମିତତା ଅଭିଯୋଗ । ଏହାର ପ୍ରତିବାଦରେ ବାସୁଦେବପୁର ପୌରପାଳିକା କାର୍ଯ୍ୟାଳୟରେ ଶତାଧିକ ମହିଳା ଧାରଣାରେ ବସିଛନ୍ତି । ଫଳରେ ପୌରପାଳିକାରେ ସମସ୍ତ କାର୍ଯ୍ୟ ଠପ ହୋଇଛି ।
ଚଳିତ ଅଗଷ୍ଟ ମାସରେ ପୌରପାଳିକା ସ୍ବଚ୍ଛସାଥୀ ଓ ସୁପରଭାଇଜର ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ହେଲେ ଚୟନ ପ୍ରକ୍ରିୟାରେ ଅନିୟମିତତା କରାଯାଉଥିବା ଅଭିଯୋଗ କରିଥିଲେ ମହିଳାମାନେ। ଏହାକୁ ପ୍ରତିବାଦ କରି ଶତାଧିକ ମହିଳା ପୌରପାଳିକା ଗେଟ ସମ୍ମୁଖରେ ଧାରଣାରେ ବସିବା ସହିତ ହୋହାଲ୍ଲା କରିଛନ୍ତି । ଖବର ପାଇ ବାସୁଦେବପୁର ଥାନା ଅଧିକାରିଣୀ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିଛନ୍ତି । ପୌରପାଳିକା ଅଧିକାରୀ ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ପଦବୀ ପୁରଣ ସମସ୍ତ ସ୍ଵଚ୍ଛତା ଅବଲମ୍ବନ କରାଯିବାର ପ୍ରତିଶୃତି ଦେଇଛନ୍ତି । ଏହାପରେ ମହିଳା ମାନେ ଧାରଣାସ୍ଥଳରୁ ଉଠିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ