ETV Bharat / state

ଚୀନ ସାମଗ୍ରୀ ପ୍ରତ୍ୟାହାର ପାଇଁ ସ୍ଵେଚ୍ଛାସେବୀ ସଂଗଠନ ସଚେତନତା

author img

By

Published : Jun 30, 2020, 9:12 PM IST

ଭଦ୍ରକରେ ଚୀନ ନିର୍ମିତ ସାମଗ୍ରୀ ବର୍ଜନ ପାଇଁ ପ୍ରୟାସ ଆରମ୍ଭ କରିଛି ଭଗତ ସେନା ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ । ଏହି ଅଭିଯାନକୁ ସମସ୍ତେ ଆଗକୁ ନେବା ପାଇଁ ଭଗତ ସେନା ଅନ୍ୟ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଚୀନ ସାମଗ୍ରୀ ପ୍ରତ୍ୟାହାର ପାଇଁ ସ୍ଵେଚ୍ଛାସେବୀ ସଂଗଠନ ସଚେତନତା
ଚୀନ ସାମଗ୍ରୀ ପ୍ରତ୍ୟାହାର ପାଇଁ ସ୍ଵେଚ୍ଛାସେବୀ ସଂଗଠନ ସଚେତନତା

ଭଦ୍ରକ: ଚୀନ ନିର୍ମିତ ସାମଗ୍ରୀ ଗୁଡିକୁ ବ୍ୟବହାର ନକରିବା ପାଇଁ ଲୋକଙ୍କୁ ସଚେତନ କରୁଛି ସ୍ବେଚ୍ଛାସେବୀ ସଂଗଠନ । ଭଦ୍ରକରେ ପ୍ରୟାସ ଆରମ୍ଭ କରିଛି ଭଗତ ସେନା ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ।

ଭଦ୍ରକରେ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ସଂଯୋଜନାରେ ସେନାର ସଭ୍ୟ ଓ ଅନ୍ୟ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଭଦ୍ରକ ସହରର ସମସ୍ତ ଇଲେକ୍ଟ୍ରୋନିକ୍ସ, ମୋବାଇଲ ସହ ଅନ୍ୟାନ୍ୟ ଦୋକାନ ଗୁଡିକରେ ଚାଇନା ସାମଗ୍ରୀ ବିକ୍ରି ଓ ବ୍ୟବହାର ନକରିବା ପାଇଁ ନିବେଦନ କରାଯିବା ସହ ସଚେତନ କରାଯାଇଥିଲା ।

ଚୀନ ନିର୍ମିତ ସମାଗ୍ରୀ ବିକ୍ରି ହେବା ଦ୍ବାରା ଚୀନର କିପରି ଉନ୍ନତି ହେଉଛି ଏବଂ ତାର ଆର୍ଥିକ ସ୍ଥିତିର କିପରି ବିକାଶ ହେଉଛି ସେନେଇ ଅବଗତ କରାଇଥିଲେ ଏହି କର୍ମୀ ମାନେ । ଯାହା ଦ୍ଵାରା ଚୀନ କେବଳ ଆମ ଦେଶ ନୁହଁ ସାମଗ୍ର ବିଶ୍ବରେ ତାର ପ୍ରଭାବ ବିସ୍ତାର କରୁଛି । ଚୀନକୁ ଉଚିତ ଶିକ୍ଷା ଦେବା ଲାଗି ସରକାରୀ ସ୍ତରରେ ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି । ତେଣୁ ଏହି ଅଭିଯାନକୁ ସମସ୍ତେ ଆଗକୁ ନେବା ପାଇଁ ଭଗତ ସେନା ଓ ଅନ୍ୟ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ନିବେଦନ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.