ଭଦ୍ରକ: ରୋଗୀଙ୍କ ପାଇଁ କାଳ ସାଜିଲା ଆମ୍ବୁଲାନ୍ସ । କଟକରୁ ଜଣେ ଚିକିତ୍ସାଧିନ ରୋଗୀଙ୍କୁ ନେଇ କଲିକତା ଯାଉଥିବା ଆମ୍ବୁଲାନ୍ସ 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଆରଡି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ରୋଗୀଙ୍କ ସମେତ ଆମ୍ବୁଲାନ୍ସରେ ଥିବା 4ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଆହତ ମାନେ ହେଉଛନ୍ତି ମିଟୁ ବାନାର୍ଜୀ, ପ୍ରସନଜିତ ବାନାର୍ଜୀ, ରୋହିତ ନାୟକ ଏବଂ ସୋନୁକା ମଣ୍ଡଳ । ସମସ୍ତ ଆହତମାନଙ୍କୁ ଭଦ୍ରକ ଟାଉନ ଥାନା ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ତେବେ ରାଜପଥରୁ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଲା ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ