ETV Bharat / state

ଆଖଣ୍ଡଳମଣି ମନ୍ଦିରରେ ଛୁରାମାଡ଼, ସେବାୟତ ଗୁରୁତର

author img

By

Published : Nov 28, 2022, 11:35 AM IST

Updated : Nov 28, 2022, 12:33 PM IST

ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ। ସେବାୟତଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ସେବାୟତ ଗୁରୁତର। ଅଧିକ ପଢ଼ନ୍ତୁ

akhandalamani temple servitor injured after attack by another servitor in kendrapara
ଆଖଣ୍ଡଳମଣି ମନ୍ଦିରରେ ଛୁରାମାଡ଼, ସେବାୟତ ଗୁରୁତର

ଭଦ୍ରକ: ଆଖଣ୍ଡଳମଣିଙ୍କ ମନ୍ଦିରରେ କିଛି ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ । ସେବାୟତଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ସେବାୟତ ଗୁରୁତର । ମନ୍ଦିରର ନିୟମ ଉଲ୍ଲଙ୍ଘନ କରିବା ସହ ଶ୍ରଦ୍ଧାଳୁଙ୍କ ଠାରୁ ବେଆଇନ ଦକ୍ଷିଣା ଆଦାୟ କରିବାକୁ ବାରଣ କରିବାରୁ ସେବାୟତଙ୍କ ଜଣଙ୍କ ଅନ୍ୟ ସେବାୟତଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଉକ୍ତ ସେବାୟତଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ଆଖଣ୍ଡଳମଣି ମନ୍ଦିରରେ ଛୁରାମାଡ଼

ଆଖଣ୍ଡଳମଣି ମନ୍ଦିରରେ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିବା ସହ ନିୟମ ଉଲ୍ଲଙ୍ଘନ କରି ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋର ଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ । ଏପରି ନକରିବାକୁ ଗତ 10 ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ଜୋରିମାନା ଗଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କିଛି ସେବାୟତ ଏହି ନିୟମ ଓ କଟକଣାକୁ ମାନି ନଥିଲେ । ଅପରପକ୍ଷେ ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣ ସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢା ମଧ୍ୟରେ ବେଆଇନ ଭାବେ ଭେଟି ଆଦାୟ କରୁଥିବା ବେଳେ କିଛି ସେବାୟତ ବାରଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସର ଥାର୍ଡ ଡିଗ୍ରୀରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, NHRC ନିକଟରେ ନ୍ୟାୟ ପାଇଁ ଆବେଦନ

ଏଥିରେ ଉତ୍ୟକ୍ତ ହୋଇ ତପନ ପାଢୀ ଓ ତାଙ୍କ ସହଯୋଗୀ ସେବାୟତ ଗଦାଧର ପାଢୀଙ୍କ ଉପରେ ଛୁରା ମାଡ କରିଛନ୍ତି । ଫଳରେ ଗୁରୁତର ଆହାତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ନେଇ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ଧୁଷୁରୀ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତପନ ପାଢୀଙ୍କୁ ଥାନାରେ ଅଟକ ରଖିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Nov 28, 2022, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.