ETV Bharat / state

କୋର୍ଟ ବିଲଡିଂ ନିର୍ମାଣ ଓ ସ୍ଥାନାନ୍ତରକୁ ନେଇ ଓକିଲ ସଂଘର ବିରୋଧ

author img

By

Published : Dec 18, 2021, 8:43 PM IST

ଗୋଟିଏପଟେ ଲୋକାର୍ପଣ ଅନ୍ୟପଟେ ବିରୋଧ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ନୂତନ ନ୍ୟାୟାଳୟର ଉଦଘାଟନୀ କାର୍ଯ୍ୟକ୍ରମରେ । ଅଧିକ ପଢନ୍ତୁ

କୋର୍ଟ ବିଲଡିଂ ନିର୍ମାଣ ଓ ସ୍ଥାନାନ୍ତରକୁ ନେଇ ଓକିଲ ସଂଘର ବିରୋଧ
କୋର୍ଟ ବିଲଡିଂ ନିର୍ମାଣ ଓ ସ୍ଥାନାନ୍ତରକୁ ନେଇ ଓକିଲ ସଂଘର ବିରୋଧ

ଭଦ୍ରକ : ଗୋଟିଏପଟେ ଲୋକାର୍ପଣ ଅନ୍ୟପଟେ ବିରୋଧ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ନୂତନ ନ୍ୟାୟାଳୟର ଉଦଘାଟନୀ କାର୍ଯ୍ୟକ୍ରମରେ । ଖବର ଅନୁଯାୟୀ କୋର୍ଟ ବିଲଡିଂ ନିର୍ମାଣ ଓ ସ୍ଥାନାନ୍ତରକୁ ବିରୋଧ କରି ଓକିଲ ସଙ୍ଘ ପକ୍ଷରୁ ନିମ୍ନ ଅଦାଲତ, ହାଇକୋର୍ଟ ସହ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ବିଭିନ୍ନ ମାମଲା ଦାଖଲ କରାଯାଇଥିଲା।

ତେବେ ଓକିଲ ସଂଘ ପକ୍ଷରୁ ହୋଇଥିବା ବିଭିନ୍ନ ମାମଲା ଖାରଜ ହୋଇଯାଇଥିବାବେଳେ, କେବଳ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ବିଚାରଧୀନ ରହିଛି। ଅନ୍ୟ ପକ୍ଷରେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ କୋର୍ଟ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିବାର ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ଆଜି ଓକିଲ ସଂଘ ପକ୍ଷରୁ ଟାୟାର ଜାଳି ପ୍ରତିବାଦ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.