ଭଦ୍ରକ: ସାନଭାଇକୁ ବଞ୍ଚାଇଭାକୁ ଯାଇ ଜୀବନ ଦେଲା ବଡ ଭଉଣୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ମୃତକ ଜଣକ ଚିନ୍ମୟୀ ବିଶ୍ବାଳ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଭଦ୍ରକ ଚାନ୍ଦବାଲି ଏନଏସିର ବିନତରାର ଅଭିରାମ ବିଶ୍ବାଳଙ୍କ ପୁଅ ଘର ନିକଟରେ ଥିବା ଏକ ପୋଖରୀରେ ପଡି ଯାଇଥିଲା ।
ସାନଭାଇକୁ ଉଦ୍ଧାର କରିବାକୁ ଯାଇ ବଡ ଭଉଣୀ ପୋଖରୀକୁ ଡେଇଁ ପଡିଥିଲା । ସାନଭାଇକୁ ଉଦ୍ଧାର କରାଯାଇଥିବା ବେଳେ ଚିନ୍ମୟୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ