ଭଦ୍ରକ: ଚାନ୍ଦବାଲି ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ 3 ଅଭିଯୁକ୍ତ ଗିରଫ । ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଞ୍ଚାୟତର ଜୈନିକା ନାବାଳିକା ଛାତ୍ରୀ ତାଙ୍କର ସଂପର୍କୀୟ ଭାଇ ସହ ଚଳିତ ମାସ 4 ତାରିଖରେ ଯାତ୍ରା ଦେଖି ନିଜ ମାମୁ ଘରକୁ ଫେରୁଥିଲେ ।
ଏହି ସମୟରେ ଚାନ୍ଦବାଲି କଲେଜ ରୋଡ଼ ଫାୟର ଷ୍ଟେସନ ନିକଟରେ 4 ଜଣ ଯୁବକ ଛାତ୍ରୀଙ୍କ ସଂପର୍କୀୟ ଭାଇକୁ ମାଡ଼ ମାରି ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଗୁରୁବାର 3 ଜଣ ଅଭିଯୁକ୍ତଙ୍କୁ ଚାନ୍ଦବାଲି ପୋଲିସ ଗରିଫ କରିଛି ।
ଏମାନେ ହେଉଛନ୍ତି ପିଣ୍ଟୁ ମହାଳିକ, ସୁବ୍ରତ ସାହୁ ଓ ବିଶ୍ଵଜିତ ନାୟକ । ସମସ୍ତଙ୍କ ଘର ଚାନ୍ଦବାଲି ଅଞ୍ଚଳରେ । ଏହି 3 ଜଣ ଅଭିଯୁକ୍ତଙ୍କୁ ପୋଲିସ ଆଜି ଡ଼ାକ୍ତରୀ ମାଇନା କରିବା ପରେ ସେମାନଙ୍କୁ କୋର୍ଟ ଚାଲଣ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ