ଭଦ୍ରକ: ବଜ୍ରାଘାତ ନେଲା 3 ଜୀବନ । ସୋମବାର ବଜ୍ରାଘାତରେ ଚାନ୍ଦବାଲି ଅଞ୍ଚଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିହିଡି ଅଞ୍ଚଳରେ ଜଣଙ୍କର ଜୀବନ ଯାଇଛି । ସୂଚନା ଅନୁଯାୟୀ,ପଇତିପୁର ଗାଁର ଆନନ୍ଦ ବର୍ଷା ହେବା ପରେ ଚାଷ କାମ ପାଇଁ ବିଲକୁ ଯାଇଥିଲେ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା ।
ଫଳରେ ସେଠାରେ ସେ ଅଚେତ ହୋଇ ପଡିଥିଲେ । ମୂର୍ମୁଷ ଅବସ୍ଥାରେ ପଡିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରି ତିହିଡି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଆନନ୍ଦଙ୍କ ମୃତ୍ୟୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର ,ଇଟିଭି ଭାରତ