ETV Bharat / state

ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ-ସ୍ତ୍ରୀ, ଅନାଥ ହୋଇଗଲେ 3 ସନ୍ତାନ - କୋରୋନା କାଳର କରୁଣ ଚିତ୍ର

କୋରୋନା କାଳର କରୁଣ ଚିତ୍ର । ଡକା ଡକି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ । ଆଉ ମା’ ବାପା ଛେଉଣ୍ଡ ହୋଇଗଲେ ତିନି ସନ୍ତାନ । ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ଗ୍ରାମରେ । ଅଧିକ ପଢନ୍ତୁ...

ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ-ସ୍ତ୍ରୀ, ଅନାଥ ହୋଇଗଲେ 3 ସନ୍ତାନ

author img

By

Published : Jun 12, 2021, 7:16 AM IST

Updated : Jun 12, 2021, 7:28 AM IST

ଭଦ୍ରକ:କୋରୋନା କାଳର କରୁଣ ଚିତ୍ର । ଡକା ଡକି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ । ଆଉ ମା’ ବାପା ଛେଉଣ୍ଡ ହୋଇଗଲେ ତିନି ସନ୍ତାନ। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ଗ୍ରାମରେ।

ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ-ସ୍ତ୍ରୀ, ଅନାଥ ହୋଇଗଲେ 3 ସନ୍ତାନ

ଖବର ଅନୁଯାୟୀ କୋରୋନାର ପ୍ରଥମ ଲହର ସମୟରେ ସ୍ଥାନୀୟ ଅଞ୍ଚଳର ଭିଡିଓ ଅଟୋବାଲା ଭାବେ ପରିଚିତ ଥିବା ମନୋଜ କୁମାର ନାଥଙ୍କ ପତ୍ନୀ କୋରୋନାରେ ପୀଡିତ ହୋଇ ମୃତ୍ଯୁବରଣ କରିଥିଲେ। କିନ୍ତୁ କୋରୋନାର ଦ୍ଵିତୀୟ ଲହରୀରେ ପୀଡିତ ହୋଇଥିଲେ ନିଜେ ମନୋଜ । ତାଙ୍କୁ ଗତ ସପ୍ତାହରେ ଥଣ୍ଡା ଜ୍ବର ହେବାରୁ ସେ ଡାକ୍ତରୀ ଚିକିତ୍ସା କରାଇଥିଲେ । ପରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତାଙ୍କୁ ଭଦ୍ରକ କଲେଜ ସ୍ଥିତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ହେଲେ ବିଧିର ବିଧାନ ଥିଲା ବିଚିତ୍ର । ଚିକିତ୍ସାଧିନ ଅବସ୍ଥାରେ ମନୋଜଙ୍କର ମଧ୍ୟ ମୃତ୍ୟୁ ହୋଇଛି।

କୋରୋନାର ପ୍ରଥମ ଲହରରେ ମା ଚାଲିଯାଇଥିବା ବେଳେ ଏପଟେ ଦ୍ବିତୀୟ ଲହରରେ ବାପା । ଘରେ କହିଲେ ଏବେ ବୃଦ୍ଧ ବାପା ମା’ ଓ ତାଙ୍କ 3 ସନ୍ତାନ । ମନୋଜଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଏବେ ବାପା ମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ଅନ୍ୟ ପକ୍ଷରେ ମା’ ବାପା ଛେଉଣ୍ଡ ଏହି ତିନି ସନ୍ତାନ ବୋଝ ଏବେ ମୃତକ ମନୋଜଙ୍କ ବୃଦ୍ଧ ପିତା ମାତାଙ୍କ ଉପରେ।

ଏହି ତିନି ବେସାହାରା ସନ୍ତାନକୁ ପରିଣତ ବୟସରେ କିପରି ଭାବରେ ଲାଳନପାଳନ କରିବେ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ତେଣୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମନୋଜଙ୍କ ବୃଦ୍ଧ ପିତା ସୁକଦେବ ନାଥ ଆକୁଳ ନିବେଦନ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jun 12, 2021, 7:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.